ପ୍ରକୃତିବନ୍ଧୁଙ୍କ ୧୫ତମ ଶ୍ରାଦ୍ଧ ଦିବସ ପାଳିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତ ବଟେଶ୍ୱର ଆଶ୍ରମ ସବୁଜବାହିନୀ କାର୍ଯ୍ୟାଳୟ ଠାରେ ପ୍ରକୃତିବନ୍ଧୁ ବାବାଜୀ ଚରଣ ଲେଙ୍କାଙ୍କ ୧୫ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ସବୁଜବାହିନୀ ସଭାପତି ଶ୍ରୀଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଶ୍ରାଦ୍ଧବାର୍ଷିକ ସଭାରେ ରବିନ୍ଦ୍ର କୁମାର ମିଶ୍ର, ରାଜଲକ୍ଷ୍ମୀ ଗୋସ୍ୱାମୀ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ହରେକୃଷ୍ଣ ନାୟକ, ରବିନ୍ଦ୍ର କୁମାର ମହାପାତ୍ର, ବିଜୟ କୁମାର ଲେଙ୍କା, କୁଞ୍ଜଲତା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରକୃତିବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଭଜନ କିର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏଥିରେ ସବୁଜ ବାହିନୀର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିବାବେଳେ ସମ୍ପାଦକ ବିରଞ୍ଚିନାରାୟଣ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ