ଶିଶୁଙ୍କ ଅଧିକାର, ସୁରକ୍ଷା ଏବଂ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ଦିନିକିଆ କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷ ରେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଅଧକ୍ଷତାରେ ଶିଶୁ ସୁରକ୍ଷା ,ଅଧିକାର ଏବଂ ତାଙ୍କ ପ୍ରତି ହେଉଥିବା ଯୌନ ନିଯ୍ୟାତନାକୁ ରୋକିବା ପାଇଁ ,ବ୍ଲକର ସମସ୍ତ ଅଧିକାରୀ ,କର୍ମଚାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ କର୍ମଶାଳା ହୋଇଥିଲା l ଏହି କାଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ସୁକଣ୍ଠ ପଣ୍ଡା ଯୋଗଦେଇ ଶିଶୁଙ୍କ ସୁରକ୍ଷା ,ଅଧିକାର ଓ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଆଇନ ଏବଂ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ସହ ପ୍ରଶିକ୍ଷଣ ଦେଇଥିଲେ l ଆଜି କାଲି ଶିଶୁଙ୍କ ପ୍ରତି ହେଉଥିବା ଅକଥନୀୟ ଯୌନ ନିର୍ଯ୍ୟାତନା ,ଶାରୀରିକ ନିର୍ଯ୍ୟାତନା, ଶୋଷଣ ,ଅଧିକାର କ୍ଷୁଣ୍ଣ କରାଯାଉଛି ତାକୁ ରୋକିଯାଇ ,ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନ ,ବ୍ୟବସ୍ଥାକୁ ନିଜେ ନିଜର କ୍ଷେତ୍ରରେ ସଚେତନତା କରିବା ସହ ଆମ ସମାଜରେ ବହୁଳ ମାତ୍ରାରେ ସଚେତନତା କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ l ଏହି କାଯ୍ୟକ୍ରମକୁ ଆୟୋଜନ କରିଥିଲେ ୱାର୍ଲଡ଼ ଭିଜନ୍,ପିକକ ଓ ସେଲଟର ଏନଜିଓ ଙ୍କ ମିଳିତ ଆନୁକୂଲ୍ୟରେ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ର ମୁଖ୍ୟ କିରାଣୀ ପଦ୍ମଚରଣ ନାୟକ, ଏପିଓ ଅର୍ଚ୍ଚିତା ପାଣିଗ୍ରାହୀ ,ସିପି ସୁଶୀଲ ପାତ୍ର ,ବିପିଏମ ମାନିନୀ ଜେନା ,ମାନସୀ ବେହେରା ଙ୍କ ସମେତ ସମସ୍ତ ପିଇଓ ,ଜିଆରଏସ,ଏମବିକେ ମାନେ ଉପସ୍ଥିତ ଥିଲେ l
Attachments area


