ଭାରସାମ୍ୟ ହରାଇ ଓଲଟିଲା କାର, ଦୁଇ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମ ନିକଟସ୍ଥ ଫୁଲଛାଞ୍ଚଣୀ ମନ୍ଦିର ବୁଲାଣି ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ରାୟଗଡ ଜିଲ୍ଲା ଠାରୁ ପୁରୀ ଅଭିମୁଖେ ଓଡି ୧୮ସି ୨୨୩୬ ନମ୍ବର ବିଶିଷ୍ଟ ଏକ କାର ଯୋଗେ ଯାଉଥିବା ସମୟରେ ବିରିକୋଟ ଗ୍ରାମ ନିକଟସ୍ଥ ଫୁଲଛାଞ୍ଚଣୀ ମନ୍ଦିର ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ଯାଇଥିଲା । କାରର ଛାତ ତଳେ ଏବଂ ଚକା ଉପର ମୁହଁ ହୋଇ ଓଲଟି ପଡିଥିଲା । ଏହି କାରରେ ୩ ପୁରୁଷ ଯାତ୍ରୀଙ୍କ ସମେତ ଜଣେ ମହିଳା ଓ ଜଣେ ଶିଶୁଥିଲେ । ତେବେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦ୍ୱୟ ମଧ୍ୟରେ କାର ଚାଳକ ରାୟଗଡର ମହେଶ କୁମାର ଚୌଧୁରୀ(୩୫) ଏବଂ ଅନ୍ୟ ଜଣେ କେ.ପ୍ରବୀଣ କୁମାର ବୋଲି ଜଣାପଡିଛି । ଉଭୟଙ୍କୁ ତୁରନ୍ତ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାନିମନ୍ତେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମ୍ପର୍କେ ଖବର ପାଇ ଅଡବା ପୋଲିସ ପହଂଚି ଘଟଣାର ତଦନ୍ତ ଚଳାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ