କେନ୍ଦ୍ରାପଡା ଜିଲାରେ ଆଜି ୮କରୋନା ପଜିଟିଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲାରେ ସୋମବାର ୮ଜଣ କରୋନା ପଜିଟିଭ ବାହାରିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରେ ଜଣେ କରୋନା ପଜିଟିଭ କେଶ ବାହାରିଥିବା ବେଳେ କେନ୍ଦ୍ରାପଡା ବ୍ଲକରେ ୫ଜଣ, ମାର୍ଶାଘାଇ ବ୍ଲକରେ ଜଣେ ଓ କେନ୍ଦ୍ରାପଡା ପୈାରାଞ୍ଚଳରେ ଜଣେ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।


