ବିଶ୍ୱହିନ୍ଦୁ ପରିଷଦର ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟଳୟରେ ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନୂତନ କରି କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାକୁ ନେଇ ଗଠିତ ବିଭାଗର ସଭାପତି ଦାୟୀତ୍ୱ ଗ୍ରହଣ କରିଥିବା ବାନାମ୍ବର ସାହୁ ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ଗୋପିନାଥ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରାପଡା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଉପସଭାପତି ପ୍ରଭାତ ରଞ୍ଜନ ଦାସ, ସମ୍ପାଦକ ବିରେନ୍ଦ୍ର ସାମଲ, ନଗର ସଂଯୋଜକ ସୁକୁମାର ଦାଶ, ସହସମ୍ପାଦକ ସ୍ମୃତି ଅନୁପମ ସେଠୀ, ବ୍ରଜ ସୁନ୍ଦର ଦାସ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମହାନ୍ତି, ନଗର ସହସଂଯୋଜକ ନୀଳକଣ୍ଠ ସ୍ୱାଇଁ, ସଞ୍ଜୟ କୁମାର ଦାସ, ସୈାମ୍ୟରଞ୍ଜନ କର, ବିଶ୍ୱନାଥ ମହାରଣା, ଚନ୍ଦନ କୁମାର ମହାନ୍ତି, ଗୁରୁ ଚରଣ ବେହେରା, ନୀଳକଣ୍ଠ ସ୍ୱାଇଁ, ଲୋକାନାଥ ସାହୁ, ଶଙ୍କର ସାହୁ, ଦୁର୍ଗା ଚରଣ ଦାସ, ସୋମନାଥ ମହାନ୍ତି, ସୂର୍ଯ୍ୟକାନ୍ତ ନାୟକ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପରିଶେଷରେ ଗୈାତମ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ