ଛତ୍ରପୁର ଏନଏସି ପକ୍ଷରୁ ପାର୍କ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସଫେଇ କାର୍ଯ୍ୟକ୍ରମ 

ଛତ୍ରପୁର, (ଦେବଦତ୍ତ ମହାରଣା) : ଅକ୍ଟୋବର ମାସରେ କ୍ରମାଗତ ଭାବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଂଚଳରେ ଥିବା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଗୁଡିକରେ ଲଟା ବୁଡା ମାଡିଯିବା ସହ ପ୍ରବାହିତ ଜଳଧାରାରେ ଅନେକ ଆବର୍ଜନା ଜମା ହୋଇ ରହିଛି । ଏଣୁ ଏଗୁଡିକୁ ସଫା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଅକ୍ଟୋବର ମାସ ୩୦ ତାରିଖ ଦିନ ହିଞ୍ଜିଳିକାଟୁରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବୁଧୁବାର ଦିନ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଏହା ଆରମ୍ଭ ହୋଇଛି । ସକାଳ ୯ଟା ବେଳେ ଇଓ ଏନ୍‌. ଗଣେଷ ବାବୁଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଓ ସ୍ୱଚ୍ଛସାଥି ଏନଏସି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଭିଆଇପି ରୋଡରେ ଥିବା ବିଭିନ୍ନ ପାର୍କ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସଫା କରିଥିଲେ ।
Attachments area
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ