ବିଜେପି ଉପସଭାପତିଙ୍କ ଗଡରେ ବିଜେଡ଼ିର ମିଶ୍ରଣ ପର୍ବ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ରାଜସ୍ବ ଜିଲ୍ଲା ଅନ୍ତର୍ଗତ  ବିଜେପିର ଘୁମୁସର ଜିଲ୍ଲା  ଉପସଭାପତି ପ୍ରଭାକର ପଣ୍ଡାଙ୍କ ଗଡ଼ ଭାବେ ପରିଚିତ ପୋଲସରା ବ୍ଲକ ରୁମାଗଡ଼ କାଳୀ ମନ୍ଦିର ପରିସରରେ ନଭେମ୍ବର ୦୩ ତାରିଖ ଦିନ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଘୁମୁସର ଜିଲ୍ଲା ବିଜେପିର ଉପସଭାପତି ପ୍ରଭାକର ପଣ୍ଡାଙ୍କ ନିଜଗ୍ରାମ ହେଉଛି ରୁମାଗଡ଼। ବିଜେପିର ଅନ୍ୟତମ ଗଡଭାବେ ରୁମାଗଡ଼ ପରିଚିତ ଥିବାବେଳେ ବୁଧବାର ଦିନ ତାହା ଭୁଶୁଡି ପଡିଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ୨୦୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସମିତି ସଭ୍ୟା ଆରତୀ ବିଷୋୟୀ, ତାଙ୍କ ପ୍ରତିନିଧି ଗୌରହରି ବିଷୋୟୀ ଓ ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ବିଷୋୟୀଙ୍କ ନେତୃତ୍ୱରେ ନାଏବ ସରପଞ୍ଚ କମଳା ସାହୁଙ୍କ ସମେତ ୱାର୍ଡ ସଭ୍ୟ ରାମଚନ୍ଦ୍ର ସାହୁ, ରାମଚନ୍ଦ୍ର ମହାରଣା, କାଳୁ ଜେନା, ଧୋବା ଜେନା, ଗୌରହରି ଜେନା, ପିତାମ୍ବର ଜେନା ଓ ଜୟରାମ ବିଷୋୟୀ ଏବଂ ୱାର୍ଡ ସଭ୍ୟା ସୁନ୍ଦରୀ ସେଠୀ, ସୁମିତ୍ରା ନାୟକ, ଓ ମୋତି ବିଷୋୟୀ, ପୂର୍ବତନ ସରପଞ୍ଚ ପ୍ରତାପ ସେଠୀ, ପୂର୍ବତନ ସମିତି ସଭ୍ୟ ବିନ୍ଦୁସେନ ସେଠୀ, ଗନ୍ଧର୍ବ ଜେନା, ଗଣେଶ ସାହୁ, ଅଭିମନ୍ୟୁ ମହାନ୍ତି, ଚନ୍ଦ୍ର ମୋହନ ବିଷୋୟୀ, ପ୍ରକାଶ ପାତ୍ର, ବାବୁ ଦଳବେହେରା, ଗୋବିନ୍ଦ ମହାରଣା, ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ୨୦୦ ରୁ ଉର୍ଦ୍ଧ୍ବ ପରିବାର  ବିଜେପି ତ୍ୟାଗ କରି ବିଜୁଜନତା ଦଳରେ ସାମିଲ ହୋଇଥିବା ଘୋଷଣା କରିଥିଲେ। ସମସ୍ତଙ୍କୁ ପୋଲସରା ବିଧାୟକ ଶ୍ରୀ ସାହୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ସାମିଲ କରାଯାଇଥିବା ଘୋଷଣା କରିଥିଲେ। ବିଜେଡ଼ିର ଏହି ମିଶ୍ରଣ ପର୍ବରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଅଶୋକ ବିଷୋୟୀ, ଗୌରହରି ବିଷୋୟୀ, ଆରତୀ ବିଷୋୟୀ, ଜିଲ୍ଲାପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ରୁନୁ ବିଷୋୟୀ, ପ୍ରହଲ୍ଲାଦ ବିଷୋୟୀ, ଦେବରାଜ ପାତ୍ର, ମହିଳା ବିଜେଡି ସଭାନେତ୍ରୀ ଝୁନୁ ଦାସ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଞ୍ଜୁକ୍ତା ବାଡତ୍ଯା, ଜଗନ୍ନାଥ ବାଢେଇ, ମୋଚିରାମ ସାହୁ, ସନ୍ତୋଷ ବେହେରା, ପ୍ରତାପ ପ୍ରଧାନ, ପ୍ରଶାନ୍ତ ଦାସ, ଧନୁ ପାଳ, ଟୁକୁନା ସ୍ବାଇଁ ପ୍ରମୁଖଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ