ସଂସ୍କୃତ ଶିକ୍ଷକଙ୍କ ଦବଙ୍ଗ ଗିରି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଆଦର୍ଶ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ମଳୟ ରଞ୍ଜନ ମହାପାତ୍ର ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରଶ୍ମୀ ରଞ୍ଜନ ବେଉରାଙ୍କୁ ଦୁର୍ବ୍ୟବହାର ମାରପିଟ୍ ଅଭିଯୋଗରେ ଥାନାରେ ଏତଲା ଦେଇଛନ୍ତି । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ରାସ୍ତାରେ ରହିଥିବା ଉକ୍ତ ଆଦର୍ଶ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିଲେ ମଧ୍ୟ ବିଭିନ୍ନ ସମୟରେ ଅନ୍ଯ ଶିକ୍ଷକ ମାନଙ୍କୁ ମନ୍ଦଭାଷା ପ୍ରୟୋଗ କରୁଥିଲେ । ଏନେଇ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଉଥିବା ଜଣାପଡିଛି । ତେବେ ଆଜି ସକାଳ ୯ ଘଣ୍ଟା ୪୫ ମିନିଟ ସମୟରେ ଶିକ୍ଷକ ଜଣକ ମୁଖ୍ୟ ଫାଟକ ବନ୍ଦ କରି ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା ଓ ମାଡ଼ ମାରିଥିଲେ ।ଚେର, ଟେବୁଲ୍ ଭଙ୍ଗା ରୁଜା କରିଥିଲେ ଘଟଣାପରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ ବିଦ୍ୟାଳୟରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଏପରିକି ଶିକ୍ଷକଙ୍କ ଉପରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହାପରେ ଅଧ୍ୟକ୍ଷ ଶ୍ରୀ ବେଉରା ଦିଗପହଣ୍ଡି ଥାନାରେ ପହଞ୍ଚି ଶିକ୍ଷକଙ୍କ ବିରୋଧରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନା ମାମଲା ନଂ ୨୮୪/୨୧ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।


