ଡ଼ାକ୍ତର ହେବାର ସ୍ୱପ୍ନ ସାକାର କଲା ବେଞ୍ଚମାର୍କ କ୍ଲାସେସ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଓ କଟକରେ ଥିବା ବେଞ୍ଚମାର୍କ କ୍ଲାସେସ୍ର ଛାତ୍ରଛାତ୍ରୀ ନିଟ୍-୨୦୨୧ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ଚଳିତବର୍ଷ ଅନୁଷ୍ଠାନର ୨୪୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ଜଣ ୬୦୦ରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ବେଳେ ୬୩ଜଣ ୫୬୦ରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି । ବେଞ୍ଚମାର୍କ କ୍ଲାସେସ୍ର ଛାତ୍ର ଆଶୁତୋଶ ପଣ୍ଡା ୬୬୫ ନମ୍ବର ରଖି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ଛତ୍ରଛାତ୍ରୀମାନଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ରୋଟାରିୟାନ ପ୍ରସନ୍ନ ଚୌଧୁରୀ ଓ ଦୀପକ ବିଶ୍ୱାଳ, ସମସ୍ତ ଅଧ୍ୟାପକ ଓ ଅଭିଭାବକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉନ୍ନତମାନର ଶିକ୍ଷାପଦ୍ଧତି ଓ ଅଭିଜ୍ଞ ଅଧ୍ୟାପକଙ୍କ ପ୍ରଚେଷ୍ଟା ଛାତ୍ରଛାତ୍ରୀମାନଙ୍କର ଡ଼ାକ୍ତର ହେବାର ସ୍ୱପ୍ନକୁ ସାକାର କରିପାରିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।