ପିଲିବନ୍ଧ ପାର୍କକୁ ବୁଲି ଦେଖିଲେ ଅତିରିକ୍ତ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଏନଏସି ପ୍ରଶାସନ ପକ୍ଷରୁ ସହରରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି । ସହରର ଭିଆଇପି ରୋଡରେ ଆଇ ଲଭ ଛତ୍ରପୁର ସେଲଫି ପଏଣ୍ଟ,ବିଭିନ୍ନ ମହାପୁରୁଷ ମାନଙ୍କ ପ୍ରତିମୂତ୍ତ ନିର୍ମାଣ, ଡିଆରଡିଏ ଛକ ଠାରେ ମୋ ଛତ୍ରପୁର ସେଲଫି ପଏଣ୍ଟ, ସହରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଛୋଟିଆ ଛୋଟିଆ ଉଦ୍ୟାନ ମାନ ନିର୍ମାଣ କରାଯାଇ ସହରକୁ ଅଧିକ ଆକର୍ଷଣ କରୁଛି । ଏହା ସହିତ ବହୁ ପୁରାତନ ପିଲିବନ୍ଧର ପୁନରୁଦ୍ଧାର ମଧ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ପିଲିବନ୍ଧ ପାର୍କ ପରିଦର୍ଶନ କରି ସେଠାରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ