ରାଇରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା 

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଗୋଲେଇ ଛକ ନିକଟରେ ଘରୋଇ ହସ୍ପିଟାଲ’ଆକାଶ ହେଲଥ କୟାର’ ମୟୂରଭଂଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁଙ୍କ ଦ୍ୱାରା ଉଦଘାଟିତ । ମୟୂରଭଂଜ ଜିଲ୍ଲା ଏକ ଆଦିବାସୀ ଅଧ୍ଯୁଷିତ ଅଂଚଳ ଏହାର ସଦର ମହକୁମା ରାଇରଙ୍ଗପୁର ରାଜଧାନୀଠାରୁ ୩୫୦ କିମି ଦୂର । ଏହି ଜିଲ୍ଲାର ଡାକ୍ତର,କର୍ମଚାରୀ ଅଭାବରୁ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି ।ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଗରିବ ଆଦିବାସୀ ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ଭୂବନେଶ୍ବର,କଟକ ଯାଇ ମାତ୍ରାଧିକ ଖର୍ଚାନ୍ତ ହୋଇ ତଳିତଳାନ୍ତ ହେଉଛନ୍ତି ।ଏହାକୁ ନେଇ ବାମନଘାଟୀ ଅଂଚଳର ବିଶିଷ୍ଟ ଯୁବ ସମାଜସେବୀ ହରିହର ସର୍ଦାର ରାଇରଙ୍ଗପୁର ଗୋଲେଇ ଛକ ନିକଟରେ ‘ଆକାଶ ହେଲଥ କେୟାର’ ନାମକ ଘରୋଇ ହସପିଟାଲ ପ୍ରତିଷ୍ଠା କରିଛନ୍ତି ।ଏହାକୁ ବୁଧବାର ଦିନ ସଂଧ୍ୟ୍ୟ।ରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ ଉଦଘାଟନ କରିଛନ୍ତି ।ତାଙ୍କ ସହିତ ରାଇରଙ୍ଗପୁର ଵିଧାୟକ ନଵ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ର କହିଥିଲେ ସ୍ୱାସ୍ଥ୍ୟ ହିଂ ସଂପଦ ।ଆକାଶ ହେଲଥ କେୟାର ଏହି ପଛୁଆ ଅଂଚଳରେ ସାଧାରଣ ଜତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ନିଶ୍ଚିତ ସେବା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଅନୁଷ୍ଠାନର ଅଧକ୍ଷ ହହରିହର ସର୍ଦାର ଲୋକ ଛୋଟିଆ ହେଲେ ମଧ୍ୟ୍ୟ ତାଙ୍କ ଉଦ୍ୟମ ଏକ ବଡ ପ୍ରୟାସ । ସେଥିପାଇଁ ତାଙ୍କ ସେବା ମନୋବୃତିକୁ ସେ ଭୂରି ଭୂରି ପ୍ରଶଂସା କରିଥିଲେ । ଅଧକ୍ଷ ହରିହର ସର୍ଦାର କହିଥିଲେ ସେ ପାରୁ ପର୍ଯ୍ୟନ୍ତ ଅଂଚଳବାସୀଙ୍କୁ ଉତ୍ତମ ସେବା ଯୋଗାଇବାକୁ ଚେଷ୍ଟା କରିଵେ ବୋଲି ଗଣମାଧ୍ୟ୍ୟମକୁ ସୂଚନା ଦେଇଥିଲେ । କଟକ ଓ ଭୁବନେଶ୍ୱରରୁ ବହୁ ଖ୍ଯାତନାମା ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଠାରେ ଅଂଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ ବୋଲି ସୂଚନା ଦେଇଥିଲେ । ରାଇରଙ୍ଗପୁରରେ ଏକ ଘରୋଇ ହସ୍ପିଟାଲ ଖୋଲିଥିବାରୁ ଲୋକେ ଆଉ ବେଶି ଅଟକ ଓ ଭୂବନେଶ୍ୱର ଉପରେ ବେଶି ନିର୍ଭର କରିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ