ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ୫ଟି ସଚିବ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ଓ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ଯୋଜନାରେ ୫ ଟି ଅନ୍ତର୍ଗତ ସରକାରୀ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ହାଇସ୍କୁଲ ରୂପାନ୍ତରିତ ନେଇ ୫ଟି ସଚିବ ଭି .କାର୍ତ୍ତୀକେୟନ ପାଣ୍ଡିଆନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ବିଦ୍ୟାଳୟ କର୍ମକର୍ତ୍ତା , ଛାତ୍ରଛାତ୍ରୀ ସ୍ଥାନୀୟ ସରପଞ୍ଚଙ୍କ ଆଲୋଚନା ହୋଇଯାଇଛି । ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା କାର୍ଯ୍ୟକ୍ରମରେ ବ୍ଳକ ଅଧିନସ୍ଥ ୧୨ ଗୋଟି ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୩ ଗୋଟି ବିଦ୍ୟାଳୟକୁ ସାମିଲ କରାଯାଇଥିଲା । ଶିକ୍ଷାର ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦୃଷ୍ଟି ଆକର୍ଷଣ କରାଯାଉଛି । ଏଥିସହ ସେମାନଙ୍କ ନିମନ୍ତେ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ଉନ୍ନତମାନ ଏବଂ ଗୁଣାତ୍ମକ ଶିକ୍ଷାଦାନ କରିବା ଓ ଉପଯୁକ୍ତ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ସହ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ସହଭାଗିତା ଆଧାରରେ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟକୁ ଗ୍ରହଣ କରିଥିବା ବେଳେ ଜିଲ୍ଲାପାଳ ଏହାର ସମୀକ୍ଷା କରି ଆସୁଛନ୍ତି । ଏହି ରୂପାନ୍ତରୀକରଣ କାର୍ଯ୍ୟ ଆଧାରରେ ସ୍ମାର୍ଟ କ୍ଲାସ ରୁମ୍ , ଇ – ଲାଇବ୍ରେରୀ , ରିଡିଙ୍ଗ ରୁମ୍ , ମଡର୍ଣ୍ଣ ସାଇନ୍ସ ଲାବୋରଟୋରୀ , ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ପରିଶ୍ରାଗାର ଏବଂ ଉନ୍ନତମାନର ଖେଳପଡିଆ ଓ କ୍ରୀଡା ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି । ଆଜି ୫ ଟି ସଚିବ ଭୀଷ୍ମଗିରି ହାଇସ୍କୁଲ ଛାତ୍ର ଓମକାର ନାୟକ , ପତାଣ୍ଡର ଏସ୍ . ପ୍ରିୟଙ୍କା ଦୋରା , ଗୋକର୍ଣ୍ଣପୁରର ଟି . ଲିପନ ଦୋରା , କରପଡାର ଜ୍ୟୋତିମୟୀ ବେହେରା ଓ ପଦ୍ମନାଭପୁୁରର ବି . ଜିଜ୍ଞାସା ରେଡ୍ଡୀ ପ୍ରମୁଖ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ କିଛି ପ୍ରଶ୍ନ ପଚାରିଥିଲେ । ଏପରିକି ସେମାନଙ୍କ ଜୀବନର ଲକ୍ଷ୍ୟ କଣ ରଖିଥିବା ନେଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ଏବିିଇଓ ରସାନନ୍ଦ ଘଡେ଼ଇ , ବାଳାମାଝୀ , ସମସ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ , ସରପଞ୍ଚ କ୍ରିଷ୍ଣାରାଓ ସୁବୁଦ୍ଧି , ଏସ୍ . ରୀନା ଦୋରା , ମୀନତି ଦେବୀ , ଉଷାନ୍ତ ସାହୁ , ସରପଞ୍ଚ ପ୍ରତିନିଧି ବିଶ୍ବନାଥ ପ୍ରଧାନ ଉପସ୍ଥିତ ରହି ବିଦ୍ୟାଳୟର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ସହ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଭିଡିଓ କନଫରେନ୍ସ ହଲରେ ବ୍ଳକର ୧୫ ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଛାତ୍ରଛାତ୍ରୀ ଜନ ପ୍ରତିନିଧି ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ,ବିଭିନ୍ନ ପଞ୍ଚାୟତ ସରପଞ୍ଚ ଏ, ବି ,ଇ, ଓ ସମେତ ବିଦ୍ୟାଳୟ ପ୍ରଧାନଶିକ୍ଷକ , ଛାତ୍ରଛାତ୍ରୀ , ପରିଚାଳନା କମିଟି ସଭାପତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ