ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ, ୧୭ ଜୁଆଡ଼ି ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୁଲିସ ଶୁକ୍ରବାର ବସଷ୍ଟାଣ୍ଡ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଚଢଉ ବେଳେ ୧୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ ନଗଦ ୬୨ ହଜାର ୮୬୦ ଟଙ୍କା ସମେତ ୯ ଟି ମୋବାଇଲ ଜବତ କରିଛି। ସୋରଡା ଥାନା ଅଞ୍ଚଳର ବ୍ୟବସାୟୀ ଗୌରୀ ଶଙ୍କର ପାଢ଼ୀ ବସଷ୍ଟାଣ୍ଡ ନିକଟରେ ଏକ ଘର ଭଡା ନେଇ ଜୁଆ ଆଡ୍ଡା ଚଳାଇ ଥିବା ଜଣାପଡ଼ିଛି। ଗତ କାଲି ଗୁରୁବାର ଦୀପାବଳି ଥିବାରୁ ଜୁଆଡି ମାନେ ରୁଣ୍ଡ ହୋଇ ଖେଳୁଥିଲେ। ହେଲେ କୌଣସି ମୋତେ ପୁଲିସ ସୂଚନା ପାଇ ଶୁକ୍ରବାର ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡା ଘର ଉପରେ ଚଢ଼ାଉ କରିଥିଲେ। କେଶ ନମ୍ବର ୧୯୩/୨୧ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ