ଛଅ ପଞ୍ଚାୟତରେ ୨୨୩ ଜଣଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ନଭେମ୍ବର ୦୬ ତାରିଖ ଦିନ ୬ ଗୋଟି ଗ୍ରାମ ପଞ୍ଚାୟତରେ ୨୨୩ ଜଣ ହିତାଧିକାରୀଙ୍କୁ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରିଥିଲେ। ମାଣିତରା ଗ୍ରାମ ପଞ୍ଚାୟତରେ ୪୩ ଜଣ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିବା ବେଳେ ଶଙ୍କୁରୁ ପଞ୍ଚାୟତରେ ୪୪ ଜଣ, ଗୋଳାବନ୍ଧ ପଞ୍ଚାୟତରେ ୩୧ ଜଣ, ମୋଟାବାଡ଼ି ପଞ୍ଚାୟତରେ ୧୮ ଜଣ, ଖୋଳଖାଳି ପଞ୍ଚାୟତରେ ୫୭ ଜଣ, ଓ ଗୌଡିଆ ବୋରଦା ପଞ୍ଚାୟତରେ ୩୦ ଜଣ ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ସାହୁ ଭତ୍ତା ବଣ୍ଟନ କରିଥିଲେ। ଏହି ସମସ୍ତ ପଞ୍ଚାୟତର କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ମଦନ ଗୋପାଳ ଦୋରା, ସୁଧାଂଶୁ ଶେଖର ପାଢ଼ୀ, କିଶୋର ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏଥିସହ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ ଓ ସମିତି ସଭ୍ୟା ସୁଜାତା ପ୍ରଧାନ, ଶଙ୍କୁରୁ ପଞ୍ଚାୟତ ସରପଞ୍ଚ ସୁମିତ୍ରା ନାୟକ , ଗୋଳାବନ୍ଧ ପଞ୍ଚାୟତ ସରପଞ୍ଚ ବସନ୍ତ କୁମାର ସାମଲ, ମୋଟାବାଡ଼ି ପଞ୍ଚାୟତ ସରପଞ୍ଚ ନିର୍ମଳାନାୟମ, ଖୋଳଖାଳି ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ଗୌଡିଆ ବୋରଦା ପଞ୍ଚାୟତ ସରପଞ୍ଚଙ୍କ ବାବୁଲି ବେହେରାଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତର ପିଇଓ ଓ ଜିଆରଏସ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ