ଦିବାରାତ୍ରୀ ଭଲିବଲ ପ୍ରତିଯୋଗୀତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବଗଡା ଗ୍ରାମରେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦ ଏବଂ ତ୍ରିପୁରା ଭଲିବଲ ଏକାଡେମୀ ଆନୁକୂଲ୍ୟରେ ଏକ ଦିବାରାତ୍ରୀ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର ୮ଟି ବଛା ବଛା ଦଳ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ତିଖିରୀ, ସୁବଳ, ହରିଅଙ୍କ, ଖସାଡି, ବଗଡା, ପଟ୍ଟାମୁଣ୍ଡାଇ, ପାଟକୁରା ଓ କେନ୍ଦ୍ରାପଡାର ଭଲିବଲ ଦଳମାନେ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ତ୍ରିପୁରା ଭଲିବଲ ଏକାଡେମୀ କେନ୍ଦ୍ରାପଡା ଦଳକୁ ୧୭-୨୫, ୨୬-୨୪, ୨୧-୧୯ ପଏଣ୍ଟରେ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଯୁବ ବିଜେଡି ସଭାପତି ରାଜେଶ ଦାସ ଯୋଗଦେଇ କେନ୍ଦ୍ରାପଡା ଭଲିବଲ କ୍ଷେତ୍ରରେ କିପରି ଖେଳାଳିମାନେ ଆଗକୁ ଯାଇପାରିବେ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସୁନାମ ଆଣିପାରିବେ ସେଥିପାଇଁ ଚେଷ୍ଟା କରିବା ସହ କ୍ରୀଡା ମନୁଷ୍ୟକୁ ମାନସିକ ଏବଂ ଶରୀର ଗଠନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ତଥା ବିଜୁପ୍ରେମୀ ଭଜକୃଷ୍ଣ ରାଉତ, ଦିବାକର ଜେନା, ପ୍ରତାପ ନାୟକ, ଫକିର ଓଝା, ଦିଲ୍ଲିପ କୁମାର ସାହୁ, ଦେବପ୍ରସାଦ ପାଣି, ଶ୍ରୀଧର ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ସହ ସମ୍ପାଦକ ଛବି ପ୍ରସାଦ ମହାକୁଡ, ଦେବେନ୍ଦ୍ର ସାହୁ, ସେକ ରଫିକ, ସମାଜସେବୀ ଦେବେନ୍ଦ୍ର ପରିଡା ଏବଂ ତ୍ରିପୁରା ଭଲିବଲ ଏକାଡେମୀର ସଭ୍ୟ ବିଗୁନି ବେହେରା, ମଣ୍ଟୁ ସାହୁ, ସ୍ତିତପ୍ରଜ୍ଞ ଜେନା, ଉତ୍କଳ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ବଗଡା କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ପ୍ରତିଯୋଗୀତାରେ ଖେଳାଳିମାନେ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଯୋଗଦେବେ ବୋଲି ସୂଚନା ମିଳିଛି । ସେମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତରେ ରାଜ୍ୟର ସୁନାମଧନ୍ୟ ଭଲିବଲ ଖେଳାଳି ନିଜାମ ଅଲ୍ଲୀ, ଦେବାଶିଷ ରଣା, କ୍ରୀଡା ସମ୍ପାଦକ ଜ୍ୟୋତିର୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ରେଫରି ଭାବେ ମନୋଜ କୁମାର ସାହୁ ଖେଳ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ