କିଡନୀ ରୋଗରେ ପୀଡିତ ଛାତ୍ରଙ୍କୁ ଅପୂର୍ବା ୟୁଥ ଫାଉଣ୍ଡେସନ ର ଆର୍ଥିକ ସହାୟତା
ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ସହର ସ୍ଥିତ ଅପୂର୍ବା ୟୁଥ ଫାଉଣ୍ଡେସନ ପକ୍ଷରୁ , କିଡନୀ ରୋଗରେ ପୀଡିତ ଥିବା ଛାତ୍ର ଡି. ସୁଶାନ୍ତ ପାତ୍ରଙ୍କୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶ୍ରୀବଣା ଗ୍ରାମର ଅଷ୍ଟମ ଶ୍ରେଣୀ ଛାତ୍ର ସୁଶାନ୍ତଙ୍କ ଦୁଇଟି କିଡନୀ ଖରାପ ହୋଇଯାଇଥିବା ଏବଂ ସେ ଛତିଶଗଡ ରାଇପୁର ମେଡିକାଲରେ ଚିକିତ୍ସା ଭର୍ତ୍ତି ହୋଇଥିଲେ ମଧ୍ୟ ଅର୍ଥାଭାବରୁ ସଠିକ ଚିକିତ୍ସା ହୋଇ ନପାରିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ଜାଣିବା ପରେ ଅପୂର୍ବା ୟୁଥ ଫାଉଣ୍ଡେସନ ର ସଭାପତି ପ୍ରଭାତ କୁମାର ସାହୁ, ସଦସ୍ୟ ଅସ୍ମିନୀ ମହାପାତ୍ର ଶ୍ରୀବଣା ଗ୍ରାମରେ ପହଁଚି ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।