ପୂର୍ବତନ ସମବାୟ ସମିତି କୋଷାଧ୍ୟକ୍ଷଙ୍କ ପରଲୋକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳ ଗ୍ରାମର ବିଶିଷ୍ଟସମାଜସେବୀ ତଥା ଆସ୍କା ସମବାୟ ସମିତି ଲିମିଟେଡ୍ ସୋରଡ଼ା ଶାଖାର ପୂର୍ବତନ କୋଷାଧ୍ୟକ୍ଷ ଡ଼କ୍ଟର୍ ତାରିଣୀ ମଙ୍ଗଳବାର ଦିନ ଇହଲୀଳା ସମ୍ବରଣ କରିଛନ୍ତି I ସେ ପୂର୍ବରୁ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା I ସ୍ଵର୍ଗତ ତାରିଣୀଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକ ମାତ୍ର ପୁଅ ପ୍ରଦୀପ ତାରିଣୀ ଏବଂ ପୁତୁରା ବିନାୟକ ତାରିଣୀ ଉପସ୍ଥିତ ଥିଲେ I ସ୍ଵର୍ଗତ ଡକ୍ଟର୍ ଏକାଧାରରେ ଜଣେ ସମାଜସେବୀ, ସମବାୟବିତ ଏବଂ ବିଚକ୍ଷଣ ରାଜନୈତିକ ବ୍ୟକ୍ତିତ୍ୱ ଭାବେ ଘରେ ଘରେ ପରିଚିତ ଥିଲେ I ସେ ନିଜର କୁଲାଙ୍ଗୀ ପଂଚାୟତ ସମେତ ନିକଟସ୍ଥ ଲାଠିପଡା , ପାଲକାଟ,ଅସୁରବନ୍ଧ ଏବଂ ସୁରମଣୀ ପଞ୍ଚାୟତରେ ମଧ୍ୟ ବେଶ୍ ପରିଚିତ ଥିଲେ I ତାଙ୍କର ମୃତ୍ୟୁ ଖବର ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା I ଡ଼କ୍ଟର୍ ଙ୍କ ମର ଶରୀର ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ନିଜ ଗ୍ରାମ ସିଆରିମାଳରେ ପହଞ୍ଚିବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ଗ୍ରାମ ଶ୍ମଶାନରେ ପରିବାର ଏବଂ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I