ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଭୋଟର ତାଲିକା ପଞ୍ଜୀକରଣ ସତେତନତା ରାଲି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବଦ୍ୟାଳୟ ପକ୍ଷରୁ ଏକ ସଚେତନତା ରାଲି ର ଆୟୋଜନ କରାଯାଇଥିଲା । ବ୍ରହ୍ମପୁର ସବ୍-କଲେକ୍ଟର, ଭି କୀର୍ତ୍ତି ଭାସନ୍ ଙ୍କ ନିର୍ଦେଶ କ୍ରମେ ନୂତନ ଯୁବ ପିଢ଼ି ଏବଂ ଜନସାଧରଣଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବିଷୟ ରେ ଅବଗତ କରାଇବା ସହ ଭୋଟର ତାଲିକା ରେ ପଞ୍ଜିକରଣ କରିବା ପାଇଁ ନିବେଦନ କରା ଯାଇଥିଲା । ଏହି ରାଲି ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମହେଶ ଦାଶ ଙ୍କ ତତ୍ତ୍ଵାବୋଧନ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଙ୍କ ସହ ୫୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ରାଲି ରେ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ଠାରୁ ପାଣ୍ଡା ଛକ ପାଟପୁର ପର୍ଯ୍ୟନ୍ତ ସ୍ଲୋଗାନ ଦେଇ ଜନ ସଚେତନତା କରିଥିଲେ । ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ଛାତ୍ର ଛାତ୍ରୀ ମାନଙ୍କୁ ମତଦାତା ଙ୍କ ସଂକଳ୍ପ ପାଠ କରାଇ ଥିଲେ । ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଛାତ୍ର ପପୁନ୍ ସାହୁ, ଛାତ୍ରୀ ଅର୍ଚ୍ଚିତା ମିଶ୍ର, ଅଧ୍ୟାପିକା ସଂଜୀବନୀ ଜେନା, ପ୍ରାଧ୍ୟାପକ ପ୍ରଫୁଲ ଦାଶ, ପ୍ରାଧ୍ୟାପିକା ସୁଦେଷ୍ଣା ଚୌଧୁରୀ, ପ୍ରମୁଖଙ୍କ ସମେତ ତ୍ରିଲୋଚନ ଦାସ, ଗଗନ ବରାଡ଼, ବଡୁ ରେଡ୍ଡୀ ଏବଂ ପାଣ୍ଡବ ସାହୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲା ।