ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ସ୍ୱାଗତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡାରେ ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ସ୍ୱାଗତ କରାଯାଇଛି । ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ସ୍ମୃତି କମିଟି ସଂପାଦକ ରମଣୀ ରଞ୍ଜନ ରାଉତରାୟ, ଆଇନଜୀବୀ ସଂଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ , ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ସତ୍ୟପ୍ରିୟ ଦାସ, ରମାକାନ୍ତ ସ୍ୱ୍‌ାଇଁ, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ହାଡିବନ୍ଧୁ ସିଂ, ସ୍ମୃତି ରଂଜନ ସିଂ, ସୁବାଷ ମିଶ୍ର, ବ୍ରଜ ସୁନ୍ଦର ରାଉତ, ମାନସ ରଂଜନ ଧଳ, ଶେଷଦେବ ଦାସ, ଇତିହାସ ଲେଙ୍କା, କିଶୋର ଚନ୍ଦ୍ର ପ୍ରଧାନ,ଅଫସର ଅଲ୍ଲୀ ବକ୍ସ, ଦୀପକ କୁମାର ପ୍ରଧାନ ପ୍ରମୁଖ ଭେଟି ଉତରୀୟ, ପୁଷ୍ପଗୁଚ୍ଛ ଓ ବିପ୍ଳବୀଙ୍କ ଜୀବନୀ ପୁସ୍ତକ ପ୍ରଦାନ କରି ସ୍ୱାଗତ କରିବା ସହିତ ଜଣେ ଦକ୍ଷ ଅଧିକାରୀ ଭାବେ କେନ୍ଦ୍ରାପଡାର ବିକାଶ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ