ଶେଷ ସୋମବାର, ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରସିଦ୍ଧ ପଞ୍ଚଶୈବପୀଠ ବୁଦ୍ଧଖୋଲରେ ନଭେମ୍ବର ୧୫ ତାରିଖ କାର୍ତ୍ତିକ ମାସ ଶେଷ ସୋମବାର ଦିନ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବୁଦ୍ଧଖୋଲ ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଏହାମଧ୍ୟ ଏକ ଐତିହାସିକ ପୀଠ ଭାବେ ପରିଚିତ। ବୁଦ୍ଧଖୋଲ ପର୍ବତର ମଧ୍ୟ ଭାଗରେ ପଞ୍ଚ ଶମ୍ଭୁ ବିରାଜମାନ ହୋଇ ପୂଜା ପାଇ ଆସୁଛନ୍ତି । ବୁଦ୍ଧଖୋଲରେ ବିଜେ ଶ୍ରୀ ଗଙ୍ଗାଧରେଶ୍ବର, ଶ୍ରୀ ଜଗଦ୍ଦେଶ୍ବର, ଶ୍ରୀ ମକରେଶ୍ବର, ଶ୍ରୀ ବୁଦ୍ଧେଶ୍ବର ଓ ଶ୍ରୀ ସିଦ୍ଧେଶ୍ବର ପଞ୍ଚ ମହାଦେବଙ୍କୁ ଦର୍ଶନ କରିବା ପାଇଁ ବର୍ଷ ସାରା ପର୍ଯ୍ୟଟକ ଆସିଥାନ୍ତି। ବିଶେଷ କରି କାର୍ତ୍ତିକ ମାସ ସମସ୍ତ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୃନ୍ଦ ପଞ୍ଚ ମହାଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଆସିଥାନ୍ତି। ଚଳିତ ବର୍ଷ କୋଭିଡ ନିୟମ ପାଳନ କରି ପ୍ରତି ସୋମବାର ସହ ଶେଷ ସୋମବାର ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତି ଓ ବୁଗୁଡା ପୋଲିସ ବାହିନୀଙ୍କ ସହଯୋଗରେ ଶେଷ ସୋମବାର ଦିନ ଶାନ୍ତି ଶୃଙ୍ଖଳା ସହ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହ ବୁଦ୍ଧଖୋଲର ପ୍ରାକୃତିକ ଶୋଭା ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ