ମୁଖ୍ୟ ରାସ୍ତାକଡରେ ବିପଦପୂର୍ଣ ଟ୍ରାନ୍ସଫର୍ମର
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ସହର ର ବ୍ୟସ୍ତ ବହୁଳ କରଞ୍ଜିଆ ଖିଚିଂ ରାସ୍ତା ର ୱାର୍ଡ ନ ୧୫ ଅଙ୍କୁରା ଛକ ନିକଟରେ ବିଦ୍ୟୁତ ବିଭାଗ ଅବହେଳାରୁ ବଡ଼ ଅଘଟଣ ଘଟିବା ସମ୍ଭାବନା ସୃଷ୍ଟି ହୋଇଛି କରଞ୍ଜିଆ କେନ୍ଦୁଝର ମୁଖ୍ୟ ରାସ୍ତା କଡ଼ରେ ପିଚୁକୁ ଲାଗି ଏକ ବିପଦ ସଂକୁଳ ବିଦ୍ୟୁତ ଟ୍ରାନ୍ସଫରମର ରହିଅଛି ନା ଅଛି ସୁରକ୍ଷା ବାଡ଼ ନା ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ଏହି ରାସ୍ତାରେ ଦୈନିକ ଛାତ୍ର ଛାତ୍ରୀ ସ୍କୁଲଯିବା ଆସିବା କରନ୍ତି ଓ ଶହ ଶହ ଦୁଇଓ ଚାରି ଚକିଆ ଗାଡି ଯିବା ଆସିବା କରେ ଏବଂ ଅଙ୍କୁରା ଛକଟି ଏକ ବ୍ୟସ୍ତ ବହୁଳ ସ୍ଥାନ ଅଟେ ଏହି ନିକଟରେ ପଞ୍ଚପିଢ଼ ମହିଳା ମହାବିଦ୍ୟାଳୟ ,ବିକାଶ କଂନଭେଣ୍ଟ ସ୍କୁଲ,ଶିମିଳିପାଳ ଇଂରାଜୀ ବିଦ୍ୟାଳୟ,ଗ୍ରାମ୍ୟଉନ୍ନୟନ ବିଭାଗ କାର୍ଯ୍ୟାଳୟ,ଉପଖଣ୍ଡ ବି.ଏସ.ଏନ.ଏଲ କାର୍ଯ୍ୟାଳୟ ରହିଅଛି! ଦୀର୍ଘ ଉଣେଇଶ ମାସ ପରେ ଏବେ ଷଷ୍ଟ, ସପ୍ତମ ଶ୍ରେଣୀ ସ୍କୁଲ ମଧ୍ୟ ଖୋଲିଛି ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଆସିବା ବଢିଛି ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର ଟି ଥିଲେ ମଧ୍ୟ କାହା ନଜର ଏହା ଉପରେ ପଡୁନାହିଁ ଦୁର୍ଭାଗ୍ୟବସତ ଯଦି କୌଣସି ଯାତ୍ରୀବାହୀ ଗାଡି ବା ମାଲ ବାହୀ ଗାଡି ଉକ୍ତ ଟ୍ରାନ୍ସଫର୍ମର ସଂସ୍ପଶରେ ଆସେ କିମ୍ବା ଆତଯାତ କରୁଥିବା ଛାତ୍ର ଛାତ୍ରୀ,ବାଟୋଇ ଏହା ସଂସ୍ପଶରେ ଆସି କୌଣସି ଦୁର୍ଘଟଣା ଘଟେ ଏହା ପାଇଁ ଦାୟୀ ରହିବ କିଏ ? ଏଣୁ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଏହି ଟ୍ରାସନ୍ସଫର୍ମର କୁ ରାସ୍ତା କଡ଼ରୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଲୋକେ ଦାବି କରିଛନ୍ତି ଦେଖିବାକୁ ବାକି ରହିଲା ବିଦ୍ୟୁତବିଭାଗ ଓ ପ୍ରଶାସନ କୌଣସି ଦୁର୍ଘଟଣା ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରି ଚୁପ ବସୁଛନ୍ତି କି ଏହା କୁ ସ୍ଥାନାନ୍ତରଣ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ?