ବିଭିନ୍ନ ସ୍ଥାନରେ କଳସ ବନ୍ଦନ ଶୋଭାଯାତ୍ରା ଅନୁଷ୍ଠିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜ ଙ୍କ ୬୫0 ଜନ୍ମବାର୍ଷିକ ଅବସରରେକଳସ ବନ୍ଦନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହାଟଡିହି ମଣ୍ଡଳର ଜଗନ୍ନାଥପୁର ଠାରୁ ହାଟଡିହି ପର୍ଯ୍ୟନ୍ତ ଏହି କଳସ ବନ୍ଦନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶହ ଶହ ମହିଳା ଓ ପୁରୁଷ ସାମିଲ ହୋଇ ଭଜନ କୀର୍ତ୍ତନ ମାଧ୍ୟମରେ କଳସ ଗୁଡିକୁ ହାଟଡିହି ପର୍ଯ୍ୟନ୍ତ ଆଣିଥିଲେ। ହରମୋହନ ଶାସିନି, ତୃପ୍ତିମୟୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ, ସୁଶାନ୍ତ ଜେନା, ମଣ୍ଟୁ ସେଠୀ, ରୁଦ୍ର ପ୍ରସାଦ ଜେନାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ସେହିପରି ବଞ୍ଚୋ ମଣ୍ଡଳର ବଡରମ୍ପାସ ଠାରେ କଳସ ବନ୍ଦନ ଶୋଭାଯାତ୍ରାରେ ଆଲୋକ ସେଠୀଙ୍କ ସମେତ ବିଜେପି ନେତା ଚତୁର୍ଭୁଜ ସ୍ୱାଇଁ, ସଡ଼ଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମିତିସଭ୍ୟ ତାରିଣୀ ସେନାପତି, ପ୍ରମୁଖ ଯୋଗଦେଇଥିଲେ। ଭଜନ କିର୍ତ୍ତନ କରି ଏହି ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ସେହିପରି ଶାଳଣିଆଁ ମଣ୍ଡଳର ଗେଡ଼ମା ଠାରେ ପ୍ରଭାରୀ ଯୁଧିଷ୍ଠିର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ତିନି ଶହରୁ ଉର୍ଦ୍ଧ ମହିଳା ସାମିଲ ହୋଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ସଂହତୀକୁ ବିଘଟିତ ନିଜ ସଂକୀର୍ଣ୍ଣ ସ୍ୱାର୍ଥକୁ ଚରିତାର୍ଥ କରିବାର ଉଦ୍ୟମ କରୁଥିବା ସମସ୍ତ ଅରାଷ୍ଟ୍ରୀୟ ତତ୍ତ୍ୱଙ୍କୁ କେବଳ ସନ୍ଥ ଶ୍ରୀଗୁରୁ ରବୀଦାସଙ୍କ ବିଚାର ଦ୍ୱାରା ହିଁ ପରାଜିତ କରିହେବ। ଏଣୁ ତାଙ୍କ ବିଚାର ଓ ଦର୍ଶନକୁ ଗ୍ରାମ ଗ୍ରାମରେ ପହଞ୍ଚାଇ ସମାଜକୁ ସଶକ୍ତ ଓ ସମୃଦ୍ଧ କରିବାର ଏହେଉଛି ଏକ ଉଦ୍ୟମ ବୋଲି ବିଜେପି ନେତା ଆଲୋକ ସେଠୀ କହିଛନ୍ତି।


