ଧନେଇ ଆଡ଼ିବନ୍ଧ ର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ରାଆଣ୍ଡି ର ଧନେଇ ଜଳଭଣ୍ଡାର ଆଡ଼ିବନ୍ଧ ର ଉନ୍ନତି କରଣ ପାଇଁ ନଭେମ୍ବର ୧୮ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କ କରକମଳରେ ଧନେଇ ଜଳଭଣ୍ଡାର ଆଡ଼ିବନ୍ଧ ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଇଂ ଅଶ୍ୱିନୀ କୁମାର ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ବିଭୁଦତ୍ତ ପଣ୍ଡା ଓ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜୀବ କୁମାର ଦାଶ ଶର୍ମା ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଧନେଇ ଜଳଭଣ୍ଡାରର ଦାୟିତ୍ୱ ବହନ କରିଥିବା ସହ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ଉପସ୍ଥିତ ଆଡ଼ିବନ୍ଧ ଉନ୍ନତି କରଣ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଧାରଣା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ