ଭୁଲ ଫଟୋ ପ୍ରସାରଣ ନେଇ ଥାନାରେ ଅଭିଯୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମ ନୂଆଁସାହି ବାସିନ୍ଦା ଜଣେ ଭାରତୀୟ ଯବାନ ପାକିସ୍ଥାନୀ ମହିଳା ଏଜେଂଟଙ୍କ ହନିଟ୍ରାପରେ ଫଶି ଦେଶର ଗୁରୁତ୍ୱପୁର୍ଣ୍ଣ ଖବରକୁ ଟଙ୍କା ବଦଳରେ ଦେଉଥିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା । ଗିରଫ ଯବାନ ହେଲେ ବିଚିତ୍ର ବେହେରା । ସେ ଭାରତୀୟ ସେନା ବାହିନୀରେ ସିପାହୀ ଭାବେ ରାଜସ୍ଥାନର ପୋଖରାନରେ କାମ କରୁଥିଲେ । ଏପରି ଦେଶଦ୍ରୋହ ଓ ଘୃଣ୍ୟ କାର୍ଯ୍ୟ କରିଥିବା ଅଭିଯୋଗରେ ରାଜସ୍ଥାନ ପୋଲିସର ଇଂଟିଲଜେନ୍ସ ବ୍ୟୁରୋ ଓ ରାଜ୍ୟ ସିଆଇଡ଼ି ଯୁଗ୍ମ ତଦନ୍ତରେ ବିଚିତ୍ରଙ୍କ ସହ ଅନ୍ୟ ଜଣେ ଯବାନଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛି । ଘଟଣା ନେଇ ବିଚିତ୍ରଙ୍କ ଭଳି ଚେହେରା ରହିଥିବା ଆସିକା ଥାନା ରବିନ୍ଦ୍ର ବିଶ୍ୱାଳଙ୍କ ପୁଅ ଶଙ୍କର ଏପରି ଦେଶଦ୍ରୋହ ଓ ଘୃଣ୍ୟ କାର୍ଯ୍ୟ କରିଥିବା ଫଟୋ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଫଟୋ ପ୍ରକାଶିତ ହୋଇଥିଲା । ଉକ୍ତ ଖବର ପରିବାର ବର୍ଗ ଶଙ୍କରଙ୍କ ପରିବାର ବର୍ଗ ବୈଦ୍ୟୁତିକ ଗଣମାଧ୍ୟମରେ ଦେଖି ମର୍ମାହତ ହୋଇଥିଲେ । ଏପରିକି ଶଙ୍କର ଭୁଲ ଫଟୋ ପ୍ରକାଶନ ହୋଇଥିବା ଜାଣି ଆତ୍ମହତ୍ୟା କରିବା ନେଇ ସିଦ୍ଧାନ୍ତ ନେଇଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ରବିନ୍ଦ୍ରଙ୍କ ପରିବାର ହିଂଜିଳି ଥାନାରେ ପଂହଚି ଏକ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ରବିନ୍ଦ୍ର ଲିଖିତ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପରିବାର ବର୍ଗ ଆତ୍ମାହୁତି ଦେବେ ବୋଲି ଏତାଲାରେ ଦର୍ଶାଇଛନ୍ତି ।ଏ ନେଇ ନଂ- ୩୧୬/୧୯ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଘଟଣା ପରେ ଗଂଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ହିଂଜିଳି ଥାନାରେ ପଂହଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।


