ଛତ୍ରପୁର ସରକାରୀ ଆଇଟିଆଇ ରକ୍ତଦାନ ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ସରକାରୀ ଆଇଟିଆଇ ଶୁକ୍ରବାର ଦିନ ଏକ ରକ୍ତଦାନ ଶିବିର ପ୍ରିନ୍ସପାଲ୍ ଇଂ ମନ୍ମଥ କୁମାର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିରକୁ ପରିଚାଳନାରେ ଆଇଟିଆଇର ପ୍ରଶିକ୍ଷଣ ଅଧିକାରୀ କିଶୋର କୁମାର ମହାପାତ୍ର, ଅତିରିକ୍ତ ପ୍ରଶିକ୍ଷଣ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସିଂ, ନିରଞ୍ଜନ ସେଠୀ, ବୀରେନାଥ ମୁର୍ମୁ, ସୁଶାନ୍ତ ପଣ୍ଡା, ଦୁର୍ଯ୍ୟୋଧନ ମହନ୍ତ, ସୁମନ୍ତିନୀ ବେହେରା, ଚନ୍ଦନ ପଟ୍ଟନାୟକ, ବିଶ୍ୱବନ୍ଦିତା ମହାନ୍ତୀ, ଦୀପକ ଗୌଡ, ସନ୍ତୋଷ ରାଓ, ଅରୁଣ କୁମାର ବେହେରା, ଚନ୍ଦ୍ର ମୋହନ ସାମଲ, ସନ୍ତୋଷ କୁମାର ବେହେରା, ବି.ମୋହନ କୁମାର, ସୁଶାନ୍ତ କୁମାର ସାହୁ, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଅନୀଲ କୁମାର ସାହୁ, ତମନାଥ ବେହେରା, ସଞ୍ଜୟ ଓଝା, ହିମାଂଶୁ ବେହେରା, ଜ୍ଞାନରଞ୍ଜନ ନାୟକ, ଲିଙ୍ଗରାଜ ସାହୁ ଓ ସୁଶାନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାର ଡାକ୍ତର ସୁସ୍ମିତା ବେହେରା, ଚିନ୍ମୟ ବେହେରା, ଚରଣ ଦେହୁରୀ, ରାମହରୀ ପଣ୍ଡା ଓ ବାବୁନୀ ବେହେରା ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ