ଜିଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ୧୦୪ତମ ଜୟନ୍ତୀ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଶୁକ୍ରବାର ପାଳିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ ଏଥିରେ ସଭାପତିତ୍ୱ କରିଥିଲେ । ସ୍ୱର୍ଗତା ଗାନ୍ଧୀଙ୍କ ଫଟୋଚିତ୍ରରେ ସହ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ପୁଷ୍ପ ଅର୍ପଣ କରିଥିଲେ । ବାଲେଶ୍ୱର ସଂସଦୀୟ କ୍ଷେତ୍ର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଏଥିରେ ଯୋଗଦେଇ ସ୍ୱର୍ଗତା ଗାନ୍ଧୀଙ୍କ ନୀତି ଆଦର୍ଶ ଓ ନାଗରିରକ ଅଧିକାର ସୁରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଦେଶର ଦଳିତ, ଗରିବ ଓ ଖଟିଖିଆ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ ବହୁ ଯୋଜନା କରିଥିବା ବେଳେ ତତ୍କାଳୀନ ବିରୋଧୀ ଦଳର ନେତା ତାଙ୍କୁ ସଂସଦରେ “ମା ଦୁର୍ଗା’ ଭାବେ ଅଭିହିତ କରିବାକୁ ସାଂସଦମାନେ ପଛାଇ ନଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ବରିଷ୍ଠ କଂଗ୍ରେସ ନେତା ଗୋପନାରାୟଣ ଦାସ ଏଥିରେ ଯୋଗ ଦେଇ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପ୍ରତିଷ୍ଠା କରି ସାଧାରଣ ଚାଷୀ, ଗରିବ ଲୋକଙ୍କୁ ସହଜରେ ଋଣ ପ୍ରଦାନର ବ୍ୟବସ୍ଥା କରିଥିଲେ ବୋଲି କହିଥିଲେ । ମାତ୍ର ସାମ୍ପ୍ରତିକ ମୋଦି ସରକାର ଚାଷୀଙ୍କ ସ୍ୱାର୍ଥରକ୍ଷା ପରିବର୍ତ୍ତେର୍ କଳା କୃଷି ଆଇନ କରିବାକୁ ଉଚିତ ମଣିଲେ । ଶେଷରେ ଚାଷୀଙ୍କ ତୀବ୍ର ବିରୋଧରୁ ଏହି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିବା ଶ୍ରୀ ଦାସ କହିଥିଲେ । ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରାମିତା ମହାନ୍ତି, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଆଇଏନଟିୟୁସି ଜିଲା ସଭାପତି ବିକାଶ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇନ୍ଦିରା ଗାନ୍ଧୀଙ୍କ ଗୁଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସମ୍ପାଦକ ସରୋଜ ମହାନ୍ତି, ଛାତ୍ର କଂଗ୍ରେସ ଉପ-ସଭାପତି ଜୀବନ ମହାପାତ୍ର, ସାଧାରଣ ସମ୍ପାଦକ ରାଧାକାନ୍ତ ସାହୁ, ପ୍ରଦୀପ୍ତ କୁମାର ନାୟକ, ନବପ୍ରସାଦ ଭୂୟାଁ ରତିକାନ୍ତ ଜେନା, ସୁଧାଂଶୁ ବେହେରା, ସେଖ ୟୁନୁସ, ରଣବୀର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଜିଲା ସମ୍ପାଦକ ପଶୁପତି ଉପାଧ୍ୟାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ