ନୃତ୍ୟ ସଙ୍ଗୀତ କଳାମନ୍ଦିରର ନୂତନ କର୍ମକର୍ତ୍ତା ଚୟନ

ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିରର ବାର୍ଷିକ ଅଧିବେଶନ ଓ ଆସନ୍ତା ୩ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ସ୍କୁଲ ପରିସରରେ ଥିବା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସାଧାରଣ ସଂପାଦକ ଲକ୍ଷ୍ମୀନାରାୟଣ ଘୋଷ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ହରେନ ଚନ୍ଦ୍ର ରଣା ବାର୍ଷିକ ଆୟ ବ୍ୟୟ ଅଟକଳର ବିବରଣୀ ପାଠ କରିଥିଲେ। ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ଦାଶ ଏହି ଅବସରରେ ସେଠାରେ ଉପସ୍ଥିତ ରହି ଚଳିତ ବର୍ଷ ଅନୁଷ୍ଠାନର ୭୦ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା ରତ୍ନ ଜୟନ୍ତୀ କିପରି ପାଳନ ହେବ ସେ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପରେ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅଶୋକ କୁମାର ଆଶ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ସଭାପତି ଭାବେ ଡ. ସୁବାସ ଚନ୍ଦ୍ର ପାତ୍ର, ଉପସଭାପତି ଉତ୍ପଳ ମହାନ୍ତି ଓ ସୁଜିତ ଦେବ, ସଂପାଦକ ଲକ୍ଷ୍ମୀ ନାରାୟଣ ଘୋଷ, ଯୁଗ୍ମ ସଂପାଦକ ଭାବରେ ବ୍ରହ୍ମ ନାଥ ରଥ ଓ ସୁଦିପ୍ତା ମହାନ୍ତି, କୋଷାଧ୍ୟକ୍ଷ ଭାବେ ହରେନ ଚନ୍ଦ୍ର ରଣା ଏବଂ ଅଶୋକ କୁମାର ଆଶ୍ ଓ ଗୌରଙ୍ଗ ପାଣିଗ୍ରାହୀଙ୍କୁ ନିମନ୍ତ୍ରିତ ସଦସ୍ୟ ଭାବରେ ଚୟନ କରାଯାଇଥିଲା। ଏତତ୍‌ବ୍ୟତୀତ କାର୍ଯ୍ୟକାରୀ ସଦସ୍ୟ ଭାବରେ ଶରତ କୁମାର ମହାପାତ୍ର, ମୁକ୍ତିକାନ୍ତ ମହାନ୍ତି, ସୌରଭ କୁମାର ବେହେରା, ବିନାୟକ ପ୍ରସାଦ ସାହୁ, ସ୍ମୃତି ଦାସ, ଗୋପାମୁଦ୍ରା ମହାପାତ୍ର, ଗୀତାଞଳି ସିଂହ, ମଦନ କୁମାର ବର୍ଦ୍ଧନ ଓ ବନ୍ଦିତା ସାହୁଙ୍କୁ ମନୋନୀତ କରାଯାଇଥିଲା। ଉପସ୍ଥିତମାନେ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ହରିରାମ ମଚ୍ଛର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ଉପଦେଷ୍ଟା ଭାବରେ ଶରତ ଚନ୍ଦ୍ର ଦାଶ ଓ ସୁବାସିନୀ ଜେନାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୩୫ରୁ ଉର୍ଦ୍ଧ୍ୱ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ