ଦେଶୀ ମଦଭାଟିକୁ ବନ୍ଦ କରିବାକୁ ଗ୍ରାମବାସୀଙ୍କ ଦାବି

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗୀ ଗ୍ରାମ ଠାରେ ନିର୍ମାଣଧୀନ ଦେଶୀ ମହୁଲୀ ମଦଭାଟିକୁ ବନ୍ଦ କରିବା ସକାଶେ ଶୁକ୍ରବାର ବହୁ ସଂଖ୍ୟ ମହିଳା ଓ ପୁରୁଷ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟର ଅଭିଯୋଗ ପ୍ରୋକଷ୍ଠରେ ଉକ୍ତ ଦାବି ପତ୍ର ପ୍ରଦାନ କରାଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଏହିକି ଯେ, ସୁରଙ୍ଗୀ ମୌଜା ଖାତା ନମ୍ବର ୩୧ର ୧୧୭୨, ୧୧୦୯,୧୧୮୧, ୨୬୯୦ ଓ ୨୬୧୩ ନମ୍ବର ପ୍ଲଟ ସ୍ଥଳରେ ମଦ ମାଫିଆମାନେ ମଦଭାଟି କରିବାନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ଗଛିତ କରିବା ସହିତ ମଦଭାଟି ନିର୍ମାଣ କାମ ଆରମ୍ଭ କରିଛନ୍ତି । ଏଣୁ ଏହି ନିର୍ମାଣଧୀନ ମାଦଭାଟିକୁ ସଂପୂର୍ଣ୍ଣ ବନ୍ଦ କରାଯିବାରେ ପଦକ୍ଷେପ ନିଅନ୍ତୁ ନଚେତ ଆମେ ସମସ୍ତ ଜନସାଧାରଣ ମହିଳା ଗୋଷ୍ଠୀ ମଦଭାଟି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ବିରୋଧ କରିବୁ । ଯଦି ଏକ ସପ୍ତାହ ମଧ୍ୟରେ ଏହାର କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆମ ସମସ୍ତ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ