କମାଘାଇ ଭାଙ୍ଗି ଭାସିଗଲା ଚାଷୀଙ୍କ ଧାନ ଫସଲ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ତହସିଲ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ଡୋଙ୍ଗରୀ ଗ୍ରାମ ଉପକଣ୍ଠରେ ଥିବା କମାଘାଇ ଗତ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଛି । ଯାହା ଫଳରେ ଘାଇ ତଳ ଭାଗରେ ଥିବା ଶହ ଶହ ଏକର ଚାଷ ଜମିର କଟା ଯାଇଥିବା ଧାନ ଫସଲ ଭାସି ଯାଇଛି । ଲଗାଣ ବର୍ଷାରେ ଘାଇରେ ଜଳଧାରଣ କ୍ଷମତା ଠାରୁ ଅଧିକ ଜଳ ଗଚ୍ଛିତ ରହିଥିଲା । ଦୁର୍ବଳ ହୋଇଥିବା ହିଡ ଭାଙ୍ଗିଯିବା ଯୋଗୁଁ ଜଳଭଣ୍ଡାର ଗଚ୍ଛିତ ଜଳ ପ୍ରଭାବିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜଳ ସ୍ରୋତରେ କଟାଯାଇ କ୍ଷେତରେ ପଡି ରହିଥିବା ଧାନ ଫସଲ ଭାସି ଯାଇଥିଲା। ବନ୍ୟା ଜଳରେ ସମଗ୍ର ଅଞ୍ଚଳରେ ଧାନ ଫସଲ ସହ ଅନ୍ୟାନ୍ୟ ଫସଲ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି। ଏହି ବନ୍ୟା ପରିସ୍ଥିତିରେ ଚାଷୀମାନଙ୍କ ସାରା ବର୍ଷର ଖାଦ୍ୟ ଭାସି ଯାଇଥିବା ବେଳେ ଗୃହପାଳିତ ପଶୁ ମାନଙ୍କ ମୁହଁରେ ଦାନା ଦେବ ପାଇଁ ମଧ୍ୟ ନଡ଼ା ଖଣ୍ଡେ ନଥିବା ଯୋଗୁଁ ଚାଷୀମାନେ ହତାଶ ହୋଇପଡିଛନ୍ତି । ସରକାର ଚାଷୀଙ୍କୁ କ୍ଷତି ପୂରଣ ଦେବା ସହ ଗୋଖାଦ୍ୟ ଯୋଗାଇ ଦେବାକୁ ଦାବୀ ସହ କମାଘାଇକୁ ତୁରନ୍ତ ମରାମତି କରିବାକୁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ