ବିଧାୟକ ଙ୍କ ଦ୍ଵାରା ସ୍ଵାସ୍ଥ୍ୟ ବୀମା କାର୍ଡ ବଣ୍ଟନ

ରାଇକିଆ, (ପ୍ରଦୀପ କୁମାର ବେହେରା):ସୋମବାର ରାଇକିଆ ବ୍ଲକ ବିଭିନ୍ନ ପଞ୍ଚାୟତ ର ସ୍ବାସ୍ଥ୍ୟ ବୀମା କାର୍ଡ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ଵାରା ବଣ୍ଟନ କରଯାଇଛି । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବଣ୍ଟନ ଆରମ୍ଭ ପରେ ରାଇକିଆ ସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ, ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଏବଂ କଲ୍ୟାଣମଣ୍ଡପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ୱାସ୍ଥ୍ୟ ବୀମା କାର୍ଡ ହିତାଧିକାରୀ ମାନଙ୍କୁ ବିଧାୟକ ବଣ୍ଟନ କରି ଶୁଭାରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧକ୍ଷା ମାନିନୀ ପ୍ରଧାନ, ବିଡିଓ ସ୍ମରଣୀକା ଟୁଲୋ, ,ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ଜୁଲିମା ବଳବେହେରା , ସରପଞ୍ଚ ପଞ୍ଚୁ ପ୍ରଧାନ ଯୋଗ ଦେଇ ଥିଲେ । ଏପିଓ କେଦାର ପଣ୍ଡା, ସହକାରୀ ଯନ୍ତ୍ରୀ ରମେଶ ଲେଙ୍କା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଲୋକ ପ୍ରତିନିଧି ଙ୍କ ସମେତ ଅଙ୍ଗନବାଡି କର୍ମୀ, ଆଶା କର୍ମୀମାନେ ଯୋଗ ଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ