ପ୍ରଫେସର ନାରାୟଣ ପ୍ରସାଦ ଜେନାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ପ୍ରଫେସର ସ୍ୱର୍ଗତ ନାରାୟଣ ପ୍ରସାଦ ଜେନାଙ୍କ ଦ୍ୱାଦଶାହରେ ତାଙ୍କ ଇନ୍ଦୁପୁରସ୍ଥିତ ବାସଭବନରେ ମଙ୍ଘଳବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଛାତ୍ର ସଂସଦର ସଭାପତି ତଥା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡଃ. ଶ୍ରୀବତ୍ସ ଲାଞ୍ଛନ ଜେନାଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ଶିକ୍ଷକ ପ୍ରଣବ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଜେନା ବରୀ-ରାମଚନ୍ଦ୍ରପୁର କଲେଜର ଅଧ୍ୟକ୍ଷ ଥିବାବେଳେ କିଭଳି ଛାତ୍ରବତ୍ସଳ ହୋଇପାରିଥିଲେ ସେ ସମ୍ପର୍କର ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ, ଡଃ. ଗିରିଶ ଚନ୍ଦ୍ର ପାତ୍ର, ସୁରେଶ ଚନ୍ଦ୍ର ପାତ୍ର, ଡଃ. ଉପେନ୍ଦ୍ର କୁମାର ପ୍ରଧାନ, ପ୍ରଫେସର ଅଜୟ କୁମାର ସାମଲ, ଅଜୟ କୁମାର ରାଉତ, ବରୀ-ରାମଚନ୍ଦ୍ରପୁର କଲେଜ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା, ଶିକ୍ଷାବିତ୍ ଶୁଭାଷ ଚନ୍ଦ୍ର ମଜୁମଦାର, ରମେଶ ଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର ରାଉତ, ମଦନମୋହନ ସ୍ୱାଇଁ, ଚିରରଞ୍ଜନ ରାଉତ, ଦେବେନ୍ଦ୍ର ରାଉତ, ଅଦୈତ ବଲ୍ଲଭ ଜେନା, ଇନ୍ଦୁପୁର ବିରୂପା କଲେଜ ଅଧ୍ୟକ୍ଷ ଅଭିଜିତ୍ ବୋଷ, ପ୍ରଫୁଲ୍ଲ କୁମାର ଜେନା, ଧ୍ରୁବ ଚରଣ ପାତ୍ର, ପରୀକ୍ଷିତ ପାତ୍ର, ପର୍ଶୁରାମ ସ୍ୱାଇଁ, ରତ୍ନାକର ବାରିକ, ଭାଗିରଥୀ ଜେନା, ଶ୍ରୀବତ୍ସ ନାୟକ, ଆଲୋକ ସାହୁ, ରାଜେଶ ପଣ୍ଡା, ମହାକାଳ ପଡା ବିକାଶ ସାମ୍ମୁଖ୍ୟ ସଭାପତି କାଶୀନାଥ ରାଉତରାୟ, ଗୋପବନ୍ଧୁ ଚୈାଧୁରୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଚନ୍ଦନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ