ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ : ଏକ ସ୍ମୃତି ଚାରଣ
ବିପିନ ବିହାରୀ ମହାନ୍ତି
ଏକଦା ପ୍ରାଚୀନ କଳିଙ୍ଗ ଦେଶ ସମଗ୍ର ବିଶ୍ୱରେ ନୌବାଣିଜ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲା । ଏଇ ମାଟିର ସାଧବ ପୁଅମାନେ ସମୁଦ୍ର ସେପାରି ଦେଶମାନଙ୍କରୁ ଧନ ସଂପଦ ବୋହିଆଣି, ଏ ଦେଶକୁ ସମୃଦ୍ଧ କରୁଥିଲେ । ଏ ଦେଶର ସୌଖୀନ ପଦାର୍ଥ ବଳକା ସଂପଦ ନେଇ ସେ ଦେଶମାନଙ୍କରେ ତାହାକୁ ବିକ୍ରୟ କରି ଲାଭବାନ୍ ହେଉଥିଲେ ।
ଚୀନ ପରିବ୍ରାଜକ ହୁଏନସାଂ (୬୩୯ ଖ୍ରୀଷ୍ଟାବ୍ଦ)ଙ୍କ କଙ୍ଗୋଦ ବିବରଣୀରୁ ଜଣାଯାଏ ଯେ ସାଧବ ପୁଅମାନେ ବୋଇତ ନୌଭେଲାରେ ସୁଦୂର ସୁବର୍ଣ୍ଣଭୂମି (ବ୍ରହ୍ମଦେଶ), ଶ୍ୟାମ (ଥାଇଲାଣ୍ଡ), ତାମ୍ରପର୍ଣ୍ଣ (ସିଂହଳ), ଯବଦୀପ (ଜାଭା), କମ୍ବୋଜ (କାମ୍ବୋଡ଼ିଆ), ବୋର୍ଣ୍ଣିଓ (ବରୁଣ), ସ୍ୱର୍ଣ୍ଣଦୀପ (ସୁମାତ୍ରା) ଓ ବଳୀଦୀପ (ବାଲି) ଇତ୍ୟାଦିକୁ ଯାତ୍ରା କରୁଥିଲେ । ସେତେବେଳେ କଳିଙ୍ଗର ସାଧବପୁଅମାନେ ଖୁବ୍ ଦୁଃସାହାସୀ ଥିଲେ ଏବଂ ନୌଚାଳନାରେ ଦକ୍ଷଥିଲେ । ଏମିତିକି ସମୁଦ୍ର ବକ୍ଷରେ ସେମାନେ ଅ‘ି୍ରକା, ରୋମ, ଏବଂ ଚୀନ ଇତ୍ୟାଦି ଅଞ୍ଚଳକୁ ଖେଦି ଯାଇଥିଲେ । ଏହି ସମୁଦ୍ରିକ ବାଣିଜ୍ୟର ଉଦ୍ଦେଶ୍ୟ ଦୁଇଟି ଥିଲା । ପ୍ରଥମତଃ ବ୍ୟବସାୟ ବା ବାଣିଜ୍ୟ କରିବା ଏବଂ ଦ୍ୱିତୀୟଟି ଉପନିବେଶ ସ୍ଥାପନ କରିବା । ଅଦ୍ୟାବଧି ମ୍ମ ଭାରତୀୟ ବଂଶୋଦ୍ଭବମାନେ ଏହି ସ୍ଥାନମାନଙ୍କରେ ଦେଖାଯାଆନ୍ତି ଏବଂ ଏହି ସ୍ଥାନମାନଙ୍କରେ ଭାରତୀୟ ଅଥବା ଉତ୍କଳୀୟ ସଂସ୍କୃତିର ଛାପ ସ୍ୱରୂପ ମନ୍ଦିର, ସ୍ତୁପ ଓ କୀର୍ତ୍ତିରାଜି ମୂକସାକ୍ଷୀରୂପେ ପଥର ଗର୍ଭରେ ଛିଡ଼ା ହୋଇଛନ୍ତି । କେବଳ ସେ ଯୁଗର ବାଣିଜ୍ୟ ନାହିଁ କି ସେ ଦେଶଗୁଡ଼ିକର ନାଁ ମ୍ମ ତାହା ନାହିଁ, ଯେମିତି ଇଣ୍ଡୋନେସିଆ କହିଲେ ସେ କାଳର ଜାଭା, ବୋର୍ଣ୍ଣିଓ, ବାଲି ଏବଂ ମାଳୟ ଇତ୍ୟାଦି ଦୀପମାନଙ୍କୁ ବୁଝାଏ ।
ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ପ୍ରକୃତରେ କେବେଠୁ ଆରମ୍ଭ ହୋଇଥିଲା ତା’ର ସଠିକ୍ ହିସାବ ଦେଇ ନପାରିଲେ ବି ଏହା ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀ ପୂର୍ବରୁ ବୋଲି ଧରାଯିବ । କାରଣ ଅଶୋକ ଖ୍ରୀ.ପୂ. ୨୬୧ରେ କଳିଙ୍ଗ ଆକ୍ରମଣ କରିଥିଲେ ଏବଂ ସେତେବେଳେ କଳିଙ୍ଗ ନୌବାଣିଜ୍ୟରେ ପ୍ରଶସ୍ତି ଲାଭ କରିଥିଲା । କଙ୍ଗୋଦ ରାଜ୍ୟକୁ ନେଇ ହୁଏନସାଂଙ୍କ ବିବରଣୀ, ଶୈଳୋଭବୀ ଶାସକ ମାଧବ ବର୍ମାଙ୍କ ଗଞ୍ଜାମ ତାମ୍ରଲିପି, ଟଲେମିଙ୍କ ୨ୟ ଶତାବ୍ଦୀର ଭୂଚିତ୍ର, ରସକଲ୍ଳୋଳରେ ଦୀନକୃଷ୍ଣ, ଶାରଳା ଦାସଙ୍କ ସଭାପର୍ବ, ଦାଣ୍ଡିରାମାୟଣ, ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ ଯାଏଁ ନେଇ ବିଚାର ବିମର୍ଷ କଲେ ଜଣାଯାଏ ଯେ ଏହା ବହୁପୁରାତନ ଏବଂ ସାମୁଦ୍ରିକ ବାଣିଜ୍ୟର ବନ୍ଦର ସୀମାରେଖା, କରମଣ୍ଡଳ ଉପକୂଳ ବା ପୂର୍ବ ଭାଗରେ (ଗଙ୍ଗାଠାରୁ ଗୋଦାବରୀ) ଯାଏଁ ବିସ୍ତୃତ ଥିଲା ଯେତେବେଳେ ଚିିଲିକାର ଉତ୍ପତ୍ତି ନଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ଏକ ପ୍ରାକୃତିକ ବିପର୍ଯ୍ୟୟରୁ ଚିଲିକାର ସୃଷ୍ଟିହେଲା ଏବଂ ଚିଲିକାର ବକ୍ଷରେ ବାଣିଜ୍ୟତରୀମାନେ ମଗର ମୁହାଣ ଦେଇ ସମୁଦ୍ରକୁ ନିଷ୍କ୍ରାନ୍ତ ହେଲେ ।
ଏହି ଉପକୂଳରେ ମୁଖ୍ୟ ବନ୍ଦରମାନେ ହେଲେ : ମୌସଲିଆ (ମୁସଲିପଟମ୍), କୋନାଗର (କୋଣାର୍କନଗର), କଳିଙ୍ଗପତ୍ତନମ୍, ପାଲୁର ବା ଦନ୍ତପୁର , ଚେଇତାଳ (ଚିଲିକା), ବଡ଼କୂଳ, ପୁରୀ, ପିପିଲି, ହିଜିଲି, ଧାମଣା, ଆଧୁନିକ ଗୋପାଳପୁର, ଏବଂ ଅନ୍ୟମାନଙ୍କ ମ୍ମରେ ରଙ୍ଗଣୀ, ବାଲେଶ୍ୱର, ତାମ୍ରଲିପି, ଛୁନୁସ୍ୱା, ଲଛମନପୁର, କୁରାସନ୍, ମାଛଗାଁ, ତଥା ବାଣିଜ୍ୟ ପେଣ୍ଠ ଭାବରେ ବୈଦେଶ୍ୱର, କଂଟିଲୋ, ପଦ୍ମାବତୀ, କଟକ, ସମ୍ବଲପୁର, ଯାଜପୁର ଏବଂ ସୋନପୁର ଇତ୍ୟାଦି ଯେଉଁଠୁ ନଦୀ ସାହାଯ୍ୟରେ ଦ୍ରବ୍ୟମାନ ବନ୍ଦରକୁ ଯାତାୟତ କରୁଥିଲା ।
ମୁଖ୍ୟ ରପ୍ତାନୀ ଦ୍ରବ୍ୟମାନଙ୍କ ମ୍ମରେ ଥିଲା ସୌଖୀନ ବସ୍ତ୍ର, ପାଟ, ମଠା, ହାତୀଦାନ୍ତ, ଶିଙ୍ଗ, ଚାନ୍ଦୁଆ, ସୌଖୀନ ବଟୁଆ, ସରୁ ଚାଉଳ ଓ ଅନ୍ୟାନ୍ୟ ବଳକା ଖାଦ୍ୟ ସାମଗ୍ରୀ ତଥା କାଠୋପକରଣ ଇତ୍ୟାଦି । ଆମଦାନୀରେ ଥିଲା : ପୋହଳା, ମଣି, ମାଣିକ୍ୟ, ମୁକ୍ତା, ହୀରା, ନୀଳା, ଅଙ୍ଗ, ଯବ, ଶଙ୍ଖ, କୁଶ, ଜରାପୁଂଜି ଏବଂ ଏମିତି ଅନେକ କିଛି ଯାହାକି ଏ ଦେଶକୁ ଆର୍ôଥକ ସମୃଦ୍ଧିରେ ସାହାଯ୍ୟ କରୁଥିଲା ।
ଉତ୍କଳ/ଭାରତ ଯେଉଁ ଦେଶଗୁଡ଼ିକ ସହିତ ବଣିଜ କରୁଥିଲା, ସେଗୁଡ଼ିକ ପ୍ରାଚୀନ କଳିଙ୍ଗ ତଥା ଏବେକାର ଓଡ଼ିଶାର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ । ସେତେବେଳେ ବୋଇତଗୁଡ଼ିକର ଗତି ଓ ବେଗ ପବନ ଉପରେ ହିଁ ନିର୍ଭର କରୁଥିଲା । ସେହିପରି କୋଉ ଦେଶକୁ ଯିବା ବା େ‘ରିବା ନିୟନ୍ତ୍ରିତ ହେଉଥିଲା । ପବନର ଗତି ସୂର୍ଯ୍ୟଙ୍କର ସ୍ଥିତି ବା ପୃଥିବୀର ଗତି ଦ୍ୱାରା ପରିଚାଳିତ । ସୂର୍ଯ୍ୟଙ୍କର ସ୍ଥିତି ବା ଅବାସ୍ତବ ଗତି ଅନୁସାରେ ଆ, କା, ମା, ବୈ (ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ) ଅୟନକାଳ ଭିନ୍ନ । କାର୍ତ୍ତିକ ମାସରେ ଏହି କାରଣରୁ ଉତ୍ତର ପୂର୍ବରୁ ପବନ ବୋହିବା ‘ଳରେ ଦକ୍ଷିଣ ପଶ୍ଚିମକୁ ବୋଇତ ମେଲିବା ଉତ୍ତମ ଅଟେ । ପ୍ରକୃତରେ ବୋଇତ ପ୍ରସ୍ତୁତି ତଥା ତା’ ପ୍ରତି ପୂଜା ଓ ଦୀପଦାନ ଇତ୍ୟାଦି ଦୀପାବଳୀ ପରଦିନଠୁ ଚାଲିଥାଏ । ଯେହେତୁ କାର୍ତ୍ତିକ ଏକ ଧର୍ମମାସ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଏକ ଶ୍ରେଷ୍ଠ ଶୁଭଦିନ, ସେହିଦିନ ବୋଇତ ବନ୍ଦାପନା, ପୂର୍ବକ ଶୁଭମନାସୀ ମେଲିଦିଆଯାଏ । ସେତିକିବେଳେ କଳିଙ୍ଗ ଦେଶର ପାନ ଓ ଜାଭାଦୀପର ଗୁଆ ପ୍ରଥମେ ଗଙ୍ଗାମାତାଙ୍କୁ ଉତ୍ସର୍ଗ କରାଯାଇ ପ୍ରାର୍ଥନା କରାଯାଏ : ଆ,କା,ମା, ଭୈଃ ଅର୍ଥାତ୍ ମା’ ଗଙ୍ଗାମାତା, କାର୍ତ୍ତିକ ଠାରୁ େ‘ରନ୍ତା ଆଷାଢ଼ଯାଏଁ ମାଘ, ଓ ବୈଶାଖ ଧରି ସାଧବପୁଅମାନଙ୍କୁ ବରାଭୟ ପ୍ରଦାନ କରି ଘଣ୍ଟା ଘୋଡ଼ାଇ ରଖ ।
ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହିଲେ ସେ ଦେଶଗୁଡ଼ିକରୁ ବୋଇତ କଳିଙ୍ଗ େ‘ରେ ଏବଂ କେମିତି ହେଲେ ଭାଦ୍ରବଶେଷ ରବିବାର ସୁଧା େ‘ରିବାକୁ ହୁଏ । ଏହାକୁ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୂକାଳ (ଜୁନ୍ ଠାରୁ ସେପ୍ଟେମ୍ବର) କୁହାଯାଏ । ସାଧବପୁଅମାନଙ୍କର ଏହି େ‘ରିବାକାଳ ଓ ବୋଇତ ବନ୍ଦାଣର ସାଂକେତିକ ସ୍ମୃତି ସହିତ ଜଡ଼ିତ ଆମର ଭାଦ୍ରବ ମାସର ପାଳିତ ହେଉଥିବା ତଅପୋଇ ଓଷା ।
ଅନୁ୍ମାନରୁ ଜଣାଯାଏ ଯେ ପ୍ରାଚୀନ ଓଡ଼ିଶାର ଏ ନୌବାଣିଜ୍ୟ ଉତ୍ଥାନରୁ କ୍ରମଶଃ ଖସିଖସି ଶୋଡଷ ଶତାବ୍ଦୀବେଳକୁ ଏହାଠପ୍ ହୋଇଗଲା । ଏ ପତନର ବିଭିନ୍ନ କାରଣକ ନେଇ ବିଚାରକଲେ ଜଣାଯାଏ ଯେ ପ୍ରକୃତରେ ପ୍ରତିକୂଳସ୍ଥିତି, ରାଜକୀୟ ଇଚ୍ଛାଶକ୍ତି ଓ ପୃଷ୍ଠପୋଷକତାର ଅଭାବ, ଜଳଦସ୍ୟୁମାନଙ୍କ ଲୁଣ୍ଠନ, ପର୍ତ୍ତୁଗୀଜ, କୋମ୍ବାଡ଼ିଆଙ୍କ ଆକ୍ରମଣ, ବିଦେଶୀ ବାଣିଜ୍ୟର ପ୍ରଭାବ, ସାମୁଦ୍ରିକ ଝଡ଼ର ଅହଂକାର ଏବଂ ପରିଶେଷରେ ମରହଟ୍ଟା, ମୁସଲମାନ ଓ ଇଂରେଜମାନଙ୍କ ଏ ଦେଶରେ ପ୍ରଭାବ ଓ ବାଣିଜ୍ୟ ବିସ୍ତାର ।
ତେବେ ଏକଥାତ ନିଶ୍ଚେ ମନେଥିବ :
ବହିତ୍ର ଲାଗିଲା ଯାଇ ସିଂହଳ ଦୀପରେ
ସାଧବ ଯୁବତୀଗଣ ଅତି ପ୍ରମୋଦରେ…. ।ା
… କରିଛି ସେ ସିଂହଳରୁ ମୁକ୍ତା ଆନୟନ ।ା
ଗତସ୍ୟ ଶୋଚନା ନାସ୍ତି । ତଥାପି କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃ ଶୁଭ ଅବସରରେ କଦଳୀ ପଟ୍ଟୁକାରେ ପାନ, ଗୁଆ, ମୁଗ, ବିରି, ଇତ୍ୟାଦି ଥୋଇ ଦୀପଜାଳି ଧର୍ମ ଡଙ୍ଗା ଛାଡ଼ି ସ୍ମୃତି ଚାରଣ କରୁଛୁ :
ଆ, କା, ମା, ଭୈଃ/ବୈ, ଗୁଆ ପାନ ଥୋଇ
ଗୁଆପାନ ଯାକ ତୋର; ମାସକ ଧର୍ମ ମୋର ।ା
ଶେଷ ପଦଟି ନିର୍ଦ୍ଦିଷ୍ଟ ଭାବରେ ବହିଷ୍ୟାଳିଙ୍କୁ ବୁଝାଇଲେବି, ମୁଖ୍ୟତଃ ସଂପୂର୍ଣ୍ଣ ଅର୍ଥଟି ନୌ ବାଣିଜ୍ୟର ସ୍ମୃତି ଚାରଣ ।
କଟକର ବାଲିଯାତ୍ରା ବୋଇତ ବନ୍ଦାଣ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ । କାରଣ ବୋଇତ ଯାତ୍ରା କେବଳ ବାଲିଦୀପକୁ ହେଉନଥିଲା କି କେବଳ କଟକରୁ ନଥିଲା । ଏହା ସମଗ୍ର କଳିଙ୍ଗ ବନ୍ଦରମାନଙ୍କରୁ ହେଉଥିଲା । ପୁନଶ୍ଚ ଏହା ବାଲିଦୀପ ନୁହେଁ, ବାଳୀଦୀପ । ତେବେ ଚୈତନ୍ୟଙ୍କ (୧୫୧୦-୧୫୩୩) ଆଗମନକୁ ନେଇ ଗଡ଼ଗଡ଼ିଆ ଘାଟରେ ବାଲିରେ ଯେଉଁ ମହାସଂକୀର୍ତ୍ତନ ହୋଇଥିଲା ଏବଂ ତାଙ୍କୁ ସାକ୍ଷୀ ଗୋପିନାଥଙ୍କ ଦର୍ଶନାର୍ଥେ ଯେଉଁ ସ୍ୱାଗତ କରାଯାଇଥିଲା, ଏହାଥିଲା ଏକ ଯାତ୍ରା । ହୋଇପାରେ ଏହା ସେଦିନ ଥିଲା କାର୍ତ୍ତିକପୂର୍ଣ୍ଣିମା । ଏ ଦୃଷ୍ଟିରୁ କଟକର ବାଲିଯାତ୍ରା ଚୈତନ୍ୟଙ୍କର ସ୍ମୃତି ଚାରଣ ପାଇଁ ଅଧିକ ସମୀଚୀନ ହୋଇପାରେ; କିନ୍ତୁ ନୌବାଣିଜ୍ୟ କାରଣରୁ ନୁହେଁ ।
ସ୍ମୃତି ଦୁଃଖଦ ଅଥଚ କେତେ ମଧୁର!
ଅ୍ମକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


