ପୱନ ମୁଞ୍ଜାଲଙ୍କୁ ଏସିଆ ପେସିଫିକ ଗଲ୍ଫ ହଲ ଅଫ ଫେମ ରେ ସ୍ଥାନିତ
ଗୁରୁଗ୍ରାମ- ଡା. ପୱନ ମୁଞ୍ଜାଲ, ହିରୋ ମୋଟୋକର୍ପର ଅଧ୍ୟକ୍ଷଙ୍କୁ ଏସିଆ ପେସିଫିକ ଗଲ୍ଫ ହଲ ଅଫ ଫେମ ରେ ଔପଚାରିକ ଭାବେ ସ୍ଥାନିତ କରାଯାଇଛି । ଗଲ୍ଫର ବୃଦ୍ଧି ପାଇଁ ସମର୍ଥନ ଏବଂ ପ୍ରତିବଦ୍ଧତା ପାଇଁ ବୈଶ୍ୱିକ ଭାବେ ସ୍ୱୀକୃତି ପାଇଥିବା ଡା. ମୁଞ୍ଜାଲଙ୍କୁ ବୁଧବାର ସନ୍ଧ୍ୟାରେ ୨୦୧୯ ଏସିଆନ ଗଲ୍ଫ ପୁରସ୍କାର ପ୍ରଦାନ କରାଯିବା ପାଇଁ ଗୁରୁଗ୍ରାମର ଡିଏଲଏଫ ଗଲ୍ଫ ଏବଂ କଂଟ୍ରି କ୍ଲବରେ ଆୟୋଜିତ ଚାକଚକ୍ୟ ସମାରୋହରେ ପ୍ରତିଷ୍ଠିତ ସମ୍ମାନରେ ଭୁଷିତ କରାଯାଇଥିଲା । ଏସିଆ ପେସିଫିକ ଗଲ୍ଫ ହଲ ଅଫ ଫେମ ରେ ଜେକ ନିକଲସ, ଗେରୀ ପ୍ଲେୟରଙ୍କ ଭଳି କିମ୍ବଦନ୍ତୀ ଗଲ୍ଫର ଏବଂ ଡା. ଡେଭିଡ ଚୁ, ମିସନ ହିଲ୍ସ, ବିଶ୍ୱର ବୃହତମ ଗଲ୍ଫ ରିସର୍ଟର ସଂସ୍ଥାପକ ଆଦି ଅନ୍ୟାନ୍ୟ ପ୍ରମୁଖ ଗଲ୍ଫ ବ୍ୟକ୍ତିତ୍ୱଙ୍କ ସହିତ ଡା. ମୁଞ୍ଜାଲ ସାମିଲ ହୋଇଛନ୍ତି । ନା କେବଳ ଏସିଆ କିନ୍ତୁ ସାରା ବିଶ୍ୱରେ ଖେଳର ତତ୍ୱାବଧାରକ ଭାବରେ ତାଙ୍କର ଅସାଧାରଣ ଭୁମିକା ପାଇଁ ଡା. ମୁଞ୍ଜାଲ ସୁପରିଚିତ ହୋଇଛନ୍ତି । ତାଙ୍କର ଖେଳ ପ୍ରତି ବ୍ୟକ୍ତିଗତ ପ୍ରତିବଦ୍ଧତା ଦ୍ୱାରା ଚାଳିତ ହୋଇ ହିରୋ ମୋଟୋକର୍ପ ଆଜି ସମସ୍ତ ତିନୋଟି ଯାକ ଅନ୍ତରାଷ୍ଟ୍ରୀୟ ଗଲଫିଙ୍ଗ ଟୁର- ପିଜିଏ ଟୁର, ୟୁରୋପିୟନ ଟୁର ଏବଂ ଏସିୟନ ଟୁରରେ ଏକ ପ୍ରମୁଖ ଭାଗୀଦାର ହୋଇପାରିଛି । ଚୀନର ଶେଞ୍ଝେନରେ ଡା.ଡେଭିଡ ଚୁ ଗଲ୍ଫ ସଂଗ୍ରହାଳୟ, ହଲ ଅଫ ଫେମ ର ନୂତନ ଘରେ ଡା. ମୁଞ୍ଜାଲଙ୍କୁ ଏସିଆ ପେସିଫିକ ଗଲ୍ଫ ହଲ ଅଫ ଫେମ ରେ ସ୍ଥାୟୀ ଭାବେ ସ୍ଥାନିତ କରାଯିବ । ଏହି ଅବସର ଉପରେ ଟିପ୍ପଣୀ କରି ଡା. ପୱନ ମୁଞ୍ଜାଲ କହିଲେ, “ଏଭଳି ଏକ ପ୍ରତିଷ୍ଠିତ ସମ୍ମାନରେ ଆଭୁଷିତ ହେବା ବାସ୍ତବରେ ଏକ ଗୌରବ ଅଟେ ।


