ଅନୈତିକ କାର୍ଯ୍ୟ ଚାଲୁଥିବା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର
କରଂଜିଆ, (ଯୁଗାବ୍ଦ ନ୍ୟୁଜ) : କରଂଜିଆ ଏନଏସି ଅନ୍ତର୍ଗତ ଏନଏସି ଛକ ସ୍ଥିତ କଳିଙ୍ଗ ବିକାଶ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଉଠିଲା ସାଙ୍ଘାତିକ ଅଭିଯୋଗ, ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ପାଞ୍ଚପିଢ଼ ଉପଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀ କରଞ୍ଜିଆ ଏନଏସି ଙ୍କ ଠାରେ ଦାବି ରଖିଲେ ସ୍ଥାନୀୟ ଜନସାଧାରଣ ।ଆଜି ପୂର୍ବାହ୍ନ ରେ ସ୍ଥାନୀୟ ମହିଳା ଓ ଜନସାଧାରଣ ଉପଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଏକ ଦାବୀ ପତ୍ର ମାଧ୍ୟମ ରେ ଏନଏସି ଛକ ସ୍ଥିତ କଳିଙ୍ଗ ବିକାଶ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ନାମରେ ଏନଏସି ଦୋକାନଗୃହ ଯାହାକି ଲାଇବ୍ରେରୀ ପାଇଁ ଉଦ୍ଧିଷ୍ଟ ତାକୁ ବେଆଇନ ଦାଖଲ କରି ଭାବେ ନିୟୁତ ସ୍ୱାଇଁ ନାମକ ବ୍ୟକ୍ତି କମ୍ପୁଟର ଶିକ୍ଷା କେନ୍ଦ୍ର ନାମରେ ବ୍ୟବହାର କରୁଛନ୍ତି । ଏହି ଶିକ୍ଷା କେନ୍ଦ୍ର ଆଢୁଆଳ ରେ ସେ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟ ରେ ଲିପ୍ତ ରହୁଥିବା ବହୁବାର ଅଭିଯୋଗ ଆସିଛି ଯାହା ଦୀର୍ଘ ଦିନପରେ ଲୋକଲୋଚନ କୁ ଆସିଥିଲା । ଏହି ବ୍ୟକ୍ତିଙ୍କ ନାମରେ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିଲା ଏହି ଅସାମାଜିକ ବ୍ୟକ୍ତି ଙ୍କୁ କିଭଳି ଲାଇବ୍ରେରୀ ପାଇଁ ଉଦ୍ଧିଷ୍ଟ ଗୃହ କୁ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପାଇଁ ଦିଆଗଲା ତାହା ପ୍ରଶ୍ନ କରିଛନ୍ତି ଏବଂ ଶିକ୍ଷଦାନ ପାଇଁ ଆସୁଥିବା ମା,ଭଉଣୀ, ଝିଅ ମାନଙ୍କୁ ଖରାପ ନଜରରଖି ବିଭିନ୍ନ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିବା ଏଭଳି କାର୍ଯ୍ୟକୁ କିଛି ଶିକ୍ଷାର୍ଥୀ ବିରୋଧ କରୁଥିବାରୁ ଘଟଣା ଲୋକଲୋ ଚନ କୁ ଆସିଥିଲା ବୋଲି ଉଲ୍ଲେଖ କରି ଉକ୍ତ ଅଭିଯୋଗକାରୀ ମାନେ କଳିଙ୍ଗ ବିକାଶ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିଚାଳକ ନିୟୁତ ସ୍ୱାଇଁଙ୍କ ବିରୋଧ ରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିକରିଛନ୍ତି ଏବଂ ଲାଇବ୍ରେରୀ ପାଇଁ ଉଦ୍ଧିଷ୍ଟ ଗୃହ ରେ ଥିବା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରକୁ ଉଛେଦ ପାଇଁ ଦାବୀ କରିଛନ୍ତି ପ୍ରଶାସନ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଲୋକେ ଆଇନ ହାତକୁ ନେବା ସମ୍ଭାବନା ଥିବା ଲୋକେ ଆଲୋଚନା କରୁଛନ୍ତି ଦେଖିବାକୁ ବାକି ରହିଲା ଉପଜିଲ୍ଲାପାଳ କଣ ପଦକ୍ଷେ ଗ୍ରହଣ କରୁଛନ୍ତି ।