ରକ୍ତଦାନ ଶିବିର ଅନୁଷ୍ଠିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ରାଜ୍ୟରେ ଜରୁରୀକାଳୀନ ସମୟରେ ରକ୍ତର ଅଭାବ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚପିଢ ଉପଜିଲ୍ଲାପାଳଙ୍କ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଏକ ଉପଖଣ୍ଡସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଭଳି ମହତ୍‌ କାର୍ଯ୍ୟ ମାଧ୍ୟମରେ ଜରୁରୀ ସମୟରେ ରୋଗୀଙ୍କ ଜୀବନ ରକ୍ଷା କରିବା ସହ ରକ୍ତଭଣ୍ଡାରରେ ରକ୍ତର ଆବଶ୍ୟକତା ପୂରଣ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିବିରରେ ପାଞ୍ଚପିଢ ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡ଼ା, ସହକାରୀ ଉପଜିଲ୍ଲାପାଳ ପ୍ରକାଶ ଦାସ ଏବଂ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ ସେଠୀ ନିଜେ ରକ୍ତଦାନ କରିବା ସହ ଅନ୍ୟ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅଧିକାରୀମାନଙ୍କ ଏହି ପଦକ୍ଷେପ ଉପସ୍ଥିତ ରକ୍ତଦାତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରକ୍ତକେନ୍ଦ୍ରର ଡାକ୍ତର ଗୌରାଙ୍ଗ ଚରଣ ନାୟକ ଶିବିରରେ ଯୋଗଦେଇଥିବା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ରକ୍ତଦାନ ପୂର୍ବରୁ ଦାତାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ଯୋଗ୍ୟ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତ ସଂଗ୍ରହ କାର୍ଯ୍ୟରେ ରକ୍ତକେନ୍ଦ୍ରର ଏଲ୍‌ଟି ରଜତ ମହାକୁଡ଼, କ୍ଷିତୀଶ କୁମାର ସେଠୀ, ସୁମନ୍ତ ମହାନ୍ତ ଓ ତ୍ରିଲୋଚନ ମହାକୁଡ଼ ସହଯୋଗ କରିଥିଲେ। ଶିବିରରେ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ