ଆଦର୍ଶ ଛେଳି ଘର ଓ ଛେଳି ହସ୍ତାନ୍ତର ସାମିଲ ହେଲେ ବିଧାୟକ, ଜିଲ୍ଲାପାଳ, ପିଡ଼ି.ଡିଆରଡିଏ

ଗଞ୍ଜାମ, (ବିନୋଦ ପଲାଇ):ସାରା ଦେଶରେ କରୋନାକୁ ନେଇ ତାଲାବନ୍ଦ ହଟିବା ଆରମ୍ବ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଜୀବୀନ ଜୀବିକା ବଞ୍ଚାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ବ୍ଲକ ପ୍ରଶାସନ ତରଫରୁ ରାମଗଡ଼ ପଞ୍ଚାୟତ ଅନ୍ତର୍ଗତ ପାଲୁରଗଡ଼ ଗ୍ରାମ ନିକଟସ୍ଥ ଆଦର୍ଶ ଛେଳି ଘର ନିର୍ମାଣ କରାଯାଇ ଆଜି ଲୋକାର୍ପିତ କରାଯାଇଛି। ଏହି ଗ୍ରାମର ୫୦ଟି ପରିବାରକୁ ମହାତ୍ମା ଗାନ୍ଧୀ ନିଶ୍ଚିତ ରୋଜଗାର ଯୋଜନା ମାଧ୍ୟମରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ସହଯୋଗରେ ଆଦର୍ଶ ଛେଳି ଘର ନିର୍ମାଣଧୀନ ଥିବା ବେଳେ , ପୂର୍ଣ୍ଣାଙ୍ଗ ହୋଇଥିବା ୫୦ଟି ଗୃହକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ ୨୦ଟି ଲେଖାଏଁ ଛେଳି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଗୃହ ସମ୍ପୂର୍ଣ୍ଣ କରାଯିବା ସହ ବ୍ଲକରେ ୫୦୦ ଗୃହ ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସରପଞ୍ଚ ବନିତା ଦଳେଇ ସହାକରି ପ୍ରକଳ୍ପ ନିର୍ଦ୍ଦେଶକ ନାଳନୀକାନ୍ତ ମିଶ୍ର, ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ନବୀନ ସେନାପତି, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୱାସତ ମିଶ୍ର, , ସିଡିପିଓ ସଲୀଳା ପ୍ରଧାନ, ଓଏଲଏମ୍-ବିପିଏମ୍-ଜଳନ୍ଧର ମହାରଣା, ମିଶନଶକ୍ତି-ବିପିସି-ଚନ୍ଦନ କୁମାର ପାଢୀ, ସହାକରି ଯନ୍ତି ବଂଶୀଧର ପରିଡା,ନାୟବ ସରପଞ୍ଚ କାମେଶ୍ଵର ଦଳେଇ, ସରପଞ୍ଚ ପ୍ରତିନିଧି ଟୁକୁନା ଦଳେଇ, ପୂର୍ବତନ ସରପଞ୍ଚ ଜୟସେନ ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି କୁମୁଦ ଚନ୍ଦ୍ର ପଲେଇ
ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ