ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଂଜନଗର ତାଲୁକା ଆଇନସେବା କମିଟି ତରଫରୁ ଗ୍ରାମପଂଚାୟତ ହାଇସ୍କୁଲ ଡିହ ପଢାଳ ଠାରେ ଜାତୀୟ ଆଇନ ସେବା ଦିବସ ଦଉରାଜଜ୍ ଶ୍ରୀ ହେମନ୍ତ କୁମାର ସେଠୀ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଡିଜେଙ୍କ ସମେତ ଭଂଗନଗର ଓକିଲ ସଂଘର ସଭାପତି ଶ୍ରୀ ଅଭିମନ୍ୟୁ ଗୈାଡ,ସଂମ୍ପାଦକ ଶ୍ରୀ ଅଶୋକ କୁମାର ଜେନା, ସରିତା ପଟ୍ଟନାୟକ,ସ୍ନିଗ୍ଧା ଦାସ,ବିନୋଦିନି ଭୁୟାଁ ,ଭଂଜନଗର ଆଇନ ତାଲୁକା କମିଟିର କର୍ମକର୍ତ୍ତା ବୃନ୍ଦ, ଏତଦ୍ ବ୍ୟତୀତ ବୈଠକରେ ଅଂଚଳର ବହୁ ପୁରୁଷ ଓ ମହିଳା ଯୋଗ ଦେବା ସହ ଏଥିସହ ଭଂଜନଗର ଜିଆରସି କଲେଜ ତରଫରୁ ତିନି ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଳକ ମଂଜରି ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ପରିଶେଷରେ ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ