ବରାହ ଶିକାର ଫାସରେ ଜଣେ ଯୁବକ ମୃତ୍ୟୁ, ଜଣେ ଆହତ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଫାସରେ ଲାଗି ନଭେମ୍ବର ୨୬ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଜଣେ ଯୁବକଙ୍କ ମୂତ୍ଯୁ ଘଟିଥିବା ବେଳେ ଜଣେ ଆହତ ହୋଇ ବୁଗୁଡା ମେଡ଼ିକାଲ ରେ ଚିକିତ୍ସା ହେଉଛନ୍ତି । ମୃତ୍ୟୁ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ (୩୦) ଓ ଆହତ ଜଣଙ୍କ ହେଲେ ପ୍ରକାଶ ଗୌଡ଼ । ମୁର୍ତ୍ୟୁ ଯୁବକ ଙ୍କ ପରିବାର ଲୋକଙ୍କ କହିବାନୁଯାଇ ଶ୍ରୀକାନ୍ତ ଗୌଡ ନିଜର କୁକୁଡା ଫାର୍ମରେ କୁକୁଡା ମାନଙ୍କୁ ଦାନା ଓ ପାଣି ଦେଇସାରିବା ପରେ ଶ୍ରୀକାନ୍ତ ଗୌଡ ଓ ପ୍ରକାଶ ଗୌଡ ସ୍ନାନ ଶୌଚ ପାଇଁ ଘାଇକୁ ଯାଉଥିଲେ । ହେଲେ ଧାନ ଫସଲ ଖାଇବାକୁ ହାତୀ ଓ ବରାହ ଆସୁଥିବା ଯୋଗୁଁ ବରାହ ଶିକାର କରିବା ପାଇଁ କେହି ଶିକାରୀ ବିଦ୍ୟୁତ ତାର ଫାସ ପକାଇ ଥିଲେ। ବିଛା ଯାଇଥିବା ବିଦ୍ୟୁତ ତାରରେ ଶ୍ରୀକାନ୍ତ ଗୌଡ ଓ ପ୍ରକାଶ ଗୌଡ ଙ୍କ ଗୋଡ ଲାଗିଯାଇଥିଲା । ଫଳରେ ଶ୍ରୀକାନ୍ତ ଗୌଡଙ୍କ ଘଟଣା ସ୍ଥଳରେ ମୂତ୍ଯୁ ଘଟିଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ପ୍ରକାଶ ଗୌଡ଼ । ଖବର ପାଇ ବୁଗୁଡା ଦମକଳ ବାହିନୀ ଓ ବୁଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବୁଗୁଡା ଦମକଳ ବିଭାଗ କର୍ମଚାରୀ ବୃନ୍ଦ ଘଟଣା ସ୍ଥଳରୁ ଶ୍ରୀକାନ୍ତ ଗୌଡଙ୍କୁ ଉଧାର କରିଛି ବୁଗୁଡା ମେଡ଼ିକାଲରେ ରାତ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷା ପରେ ଶ୍ରୀକାନ୍ତ ଗୌଡ଼ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ଥାନା ପୋଲିସ ମରଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବିଦ୍ୟୁତ ଫାସ ପକାଇଥିବା ବ୍ୟକ୍ତିକୁ ଧରିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି । ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଚିକିତ୍ସାଧୀନ ଥିବା ପ୍ରକାଶ ଗୌଡ଼ ଙ୍କୁ ପୋଲିସ ଜେରା କରିଥିବା ଜଣାପଡ଼ିଛି । ଏହି ମୃତ୍ୟୁ ଘଟଣା ପାଇଁ କେତେକ ବ୍ୟକ୍ତି ବନବିଭାଗକୁ ମଧ୍ୟ ଦାୟୀ କରିଛନ୍ତି । ବରାହ ଓ ହାତୀ ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ପେଟ୍ରୋଲିଂ ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି । ଫଳରେ ଶିକାରୀ ମାନେ ବରାହ ଶିକାର ପାଇଁ ପକାଇଥିବା ବେଳେ ଏକ ମୂଲ୍ୟବାନ ଜୀବନ ଚାଲିଯାଇଛି ।