ଶହୀଦ ଦିବାକର ପରିଡ଼ା ଥିଲେ ରାଷ୍ଟ୍ରପ୍ରେମର ମହାନ ପ୍ରତୀକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ ଶହୀଦ ହୋଇଥିବା ଦିବାକର ପରିଡ଼ାଙ୍କ ୧୧୧ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍‌-୯ସ୍ଥିତ ପ୍ରତିମୂର୍ତ୍ତିସ୍ଥଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ, ହଟନାଥ ମଙ୍ଗରାଜ, ବରେଣ୍ୟ ଅତିଥି ଧର୍ମଗଡ଼ ବିଧାୟକ ମହୌଷଧୀ ବାଗ, ସରକାରଙ୍କ ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ, ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ସ୍ମୃତିଚାରଣ କରି କହିଥିଲେ ଯେ, ଅସୀମ ବୀରତ୍ୱ, ଦେଶଭକ୍ତି, ବ୍ରିିଟିଶ ବିରୋଧରେ ସଂଗ୍ରାମ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ଆଜିର ଯୁବପିଢି ତାଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାରସ୍ୱତ ସାଧିକା ଡ. ଜୟଶ୍ରୀବାଳା ମଲ୍ଲିକ ଓ ସଙ୍ଗୀତଜ୍ଞ ବିପିନ ବିହାରୀ ସ୍ୱାଇଁଙ୍କୁ ଶହୀଦ ଦିବାକର ସ୍ମୃତି ସମ୍ମାନ୨୦୨୧ ପ୍ରଦାନ କରାଯାଇଥିଲା । ଶହଦୀ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରମୁଖ ସହଯୋଗ କରିଥିଲେ କବି କଣ୍ଡୁରୀ ଚରଣ ଦାସ, ପ୍ରବୀର ମହାନ୍ତି, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂ, ଯନ୍ତ୍ରୀ ଶିଶିର ନାୟକ, ଗୌରଚନ୍ଦ୍ର ମହାପାତ୍ର, ଗିରିଜା ଶଙ୍କର, ସୁରେନ୍ଦ୍ର ଛୋଟରାୟ, ତନ୍ମୟ ସାମନ୍ତରାୟ ଓ ନରେନ ସାହୁ । ଧନ୍ୟବାଦ ଅର୍ପଣ କରିଥିଲେ ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ