ରାଜ୍ୟ ସ୍କାଉଟ ଏବଂ ଗାଇଡ ସଂଗଠନ ଜାତୀୟସ୍ତରରେ ସମ୍ମାନୀତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୂଆଦିଲ୍ଲୀସ୍ଥିତ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜାତୀୟ କାର୍ଯ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ ପରିସରରେ ଦୁଇବର୍ଷର ବିଜେତାମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି । ଜାତୀୟ କାର୍ଯ୍ୟାଳୟ ଦ୍ୱାରା ଓଡିଶା ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ସର୍ବ ଭାରତୀୟ ସ୍ତରରେ ସ୍କାଉଟ ବିଭାଗ ୨୦୧୯-୨୦ ପାଇଁ ପ୍ରଥମସ୍ଥାନ ପାଇଥିବା ବେଳେ ୨୦୨୦-୨୧ ପାଇଁ ତୃତୀୟ ସ୍ଥାନ ଅଧିକାର କରିଛି, ଗାଇଡ୍ ବିଭାଗ ୨୦୧୯-୨୦ ପାଇଁ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ ୨୦୨୦-୨୧ ପାଇଁ ତୃତୀୟ ସ୍ଥାନ ଅଧିକାର କରିଛି । ସେହିପରି ଲକ୍ଷ୍ମୀ ମଜୁମଦାର ପ୍ରତିଯୋଗିତାରେ ରେଞ୍ଜର ବିଭାଗ ୨୦୧୯-୨୦ ପାଇଁ ପ୍ରଥମ ସ୍ଥାନ ଅଧିକାର କରିପାରିଛି । ସେହିପରି ୨୦୨୦-୨୧ ବର୍ଷ ପାଇଁ ବାଙ୍କୀ ରୋଭର କ୍ରିୟୁ ପ୍ରଥମ, ତୃତୀୟ ସ୍ଥାନ ଅଧିକାର କରିପାରିଛି ।ନିମନ୍ତେ ୨୦୧୯-୨୦ ବର୍ଷ ପାଇଁ ସ୍କାଉଟ ଗାଇଡ୍ ବିଭାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ୨୦୨୦-୨୧ ପାଇଁ ରେଞ୍ଜର ବିଭାଗ ତୃତୀୟ ସ୍ଥାନ ଅଧିକାର କରିପାରିଛି । ଏଭଳି ସଫଳତା ଲାଗି ରାଜ୍ୟ ଶାଖାର ସମସ୍ତ କର୍ମକର୍ତ୍ତା, ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରୋତ୍ସାହନ ଲାଗି ଏହା ସମ୍ଭବ ହୋଇପାରିଥିବା କହିଥିଲେ । ଆୟୋଜିତ ପୁରସ୍କାର ଉତ୍ସବରେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ କୁମାର ପାଇକରାୟ ଏବଂ ରାଜ୍ୟ ସଂଗଠନ କମିଶନର (ଗାଇଡ୍‌) ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଯୋଗଦେଇ ଅତିଥିମାନଙ୍କଠାରୁ ପୁରସ୍କାର ସ୍ୱରୁପ ଫଳକ ଏବଂ ମାନପତ୍ର ଗ୍ରହଣ କରିଥିଲେ । ଉକ୍ତ ଉତ୍ସବରେ ମାନ୍ୟବର ରାଜ୍ୟସଭା ସାଂସଦ ଏବଂ ଭାରତ ସ୍କାଉଟ ଏବଂ ଗାଇଡ୍‌ର ଜାତୀୟ ସଭାପତି ଶ୍ରୀ ଅନିଲ୍ କୁମାର ଜେନ୍‌, ଜାତୀୟ ଉପସଭାପତି ଏବଂ ରାଜ୍ୟ ମୁଖ୍ୟ କମିଶନର, ଓଡିଶା ଡଃ. କାଳିପ୍ରସାଦ ମିଶ୍ର, ଜାତୀୟ ମୁଖ୍ୟ କମିଶନର ଶ୍ରୀ କେ.କେ. ଖଣ୍ଡେଲ୍‌ୱାଲ, ସେକ୍ରେଟାରୀ ଜେନେରାଲ୍ ପ୍ରେସିଡେଣ୍ଟ ଇନ୍ କାଉନ୍‌ସିଲ୍ ଶ୍ରୀ ପି.ଜି.ଆର୍‌. ସିନ୍ଧିଆ ଏବଂ ଆଡିସିନାଲ ଚିଫ୍ ନ୍ୟାସନାଲ କମିଶନର ଶ୍ରୀ ଏମ୍‌.ଏ. ଖାଲିଦ୍‌ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ