ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ଗଂଜାମ ଜିଲ୍ଲା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର, (ଦେବଦତ୍ତ ମହାରଣା):ଏସ୍.ଇ. ଏମ୍ ଓ ପମ୍ପ ଡ୍ରାଇଭର ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ୮ଦଫା ଦାବୀ ମଙ୍ଗଳବାର ଏସ୍.ଇ.ଏମ୍ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାସଭାପତି ପ୍ରମୋଦ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱ ବହୁ କର୍ମଚାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହାସହ ସେମାନଙ୍କ ଦାବୀ ଗୁଡିକ କିପରୀ ପୂରଣ ହୋଇପାରିବ ସେ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏସ୍.ଇ.ଏମ୍ ପଦବୀ ଉଚ୍ଛେଦ କରି ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ମାନ୍ୟତା ଦିଆଯାଉ, କୁଶଳୀ , ଅତିକୁଶଳୀ ଓ ଅର୍ଦ୍ଧ କୁଶଳୀ ଓ ଅଣ କୁଶଳୀ ନୀୟମ ପାଳନ କରାଯାଉ , ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟର ଆଦେଶନାମାକୁ ପାଳନ କରି ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ , ଜନସାଧାରଣ ମାନଙ୍କୁ ସେବା ଦେଇ କର୍ମଚାରୀମାନଙ୍କ ବୟସ ସୀମା ଅତିକ୍ରମ କରିଯାଇଥିବାରୁ ପାଞ୍ଚ ବର୍ଷ ବୟସ ସୀମା କୋହଳ କରାଯାଉ, ୧୦ବର୍ଷ ପୂର୍ବର ବକେୟା ରାଶି ପ୍ରଦାନ କରାଯାଉ, କାର୍ଯ୍ୟକରୁଥିବା ସମୟରେ କର୍ମଚାରୀ ମାନେ ମୃତ୍ୟୁବରଣ କଲେ ୨୦ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରାଯାଉ ଓ ଉକ୍ତ ପରିବାରର ଜଣେ ବ୍ୟକ୍ତିଙ୍କୁ ସେହି ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯାଉ । ଏହାସହିତ ମେଗା ପ୍ରକଳ୍ପରେ ଜଳ ଯୋଗାଣ କର୍ମଚାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଏହି ଦାବୀ ପତ୍ରରେ ଦର୍ଶାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲାସଭାପତି ଶ୍ରି ପାଣିଗ୍ରାହୀଙ୍କ ସହ ଉପଦେଷ୍ଟା ପ୍ରଭାତ କୁମାର ସାହୁ, ଉପସଭାପତି ଅରକ୍ଷିତ ବାରିକ , ସହ-ସମପାଦକ ସୁରେନ୍ଦ୍ରନାଥ ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ କୁମାର ରେଡ୍ଡୀ, ବେଗୁନିଆପଡା ବ୍ଲକର ସଂପାଦକ ହରଷ ରାଉତ, ହିଂଜିଳି ବ୍ଲକ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାହାକ ଓ ଆସିକା ବ୍ଲକର ଯୁଧିଷ୍ଠିର ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ ।