କେନ୍ଦୁପଦରରେ ସୁଆର ବ୍ରଦର୍ସ ଫିଲିଂ ଷ୍ଟେସନ୍ ଉଦ୍ଘାଟିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଠାରେ ଆଜି ସୁଆର ବ୍ରଦର୍ସ ଫିଲିଂ ଷ୍ଟେସନ୍ ଉଦ୍ଘାଟିତ ହୋଇଯାଇଛି I ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ଯୋଗ ଦେଇ ଫିଲିଂ ଷ୍ଟେସନ୍ କୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଯୋଗଦେଇଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ କୁମାର ଦାସ ଏବଂ ଆସିକା ପଞ୍ଚାୟତ ସମିତି ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ଯୋଗ ଦେଇ ଏହି ଫିଲିଂ ଷ୍ଟେସନ୍ ଯେପରି ଅଞ୍ଚଳ ବାସୀଙ୍କୁ ଉତ୍ତମ ସେବା ଯୋଗାଇବ ସେ ଉପରେ ସମସ୍ତେ ଯତ୍ନବାନ୍ ହେବା ଉଚିତ୍ ବୋଲି କହିଥିଲେ I ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର ନାଥ ସୁଆର, ଗିରିଜା ଶଙ୍କର ସୁଆର,ସୀମାଞ୍ଚଳ ସୁଆର,ନିଳାଞ୍ଚଳ ସୁଆର,ରାଜେନ୍ଦ୍ର ସୁଆର,ଜିତେନ୍ଦ୍ର ସୁଆର,ଗାୟତ୍ରୀ ପ୍ରସାଦ ସୁଆର,ଶ୍ରୀକାନ୍ତ ଜେନା,ସ୍ନିଗ୍ଧା ସୁଆର, ଲୀଲୀ ସୁଆର ଏବଂ ସିଲି ସୁଆରଙ୍କ ସମେତ ଯୁବ ସମାଜସେବୀ ଜିତୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ I ଏହି ଅବସରରେ ଆଜି ଫିଲିଂ ଷ୍ଟେସନ୍ ରେ ଗାଡ଼ିରେ ଟାଙ୍କି ଭର୍ତ୍ତି ତେଲ ପକାଇଲେ ଫିଲିଂ ଷ୍ଟେସନ୍ ତରଫରୁ ଗ୍ରାହକଙ୍କୁ ଉପହାର ଦିଆଯିବ ବୋଲି ଫିଲିଂ ଷ୍ଟେସନ୍ ମାଲିକ ଜିତେନ୍ଦ୍ର ସୁଆର ଘୋଷଣା କରିଥିଲେ I


