ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ଗଂଜାମ ବ୍ଲକ ଅନ୍ତର୍ଗତ ପାଣିବନ୍ଧ ପଞ୍ଚାୟତର ପୋଡାମପେଟା ଗ୍ରାମର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସି,ହେଚ୍ କୁଶଙ୍କ ପରିବାରକୁ ଶନିବାର ସୁବାସ ଚନ୍ଦ୍ର ବେହେରା ଭେଟି ସାନ୍ତ୍ୱନା ଦେବା ସହ ରେଡକ୍ରସ ସହାୟତା ,ରାସନ କାର୍ଡ ଅନ୍ୟାନ୍ୟ ସରକାରୀ ସହାୟତା ଶିଘ୍ର ପାଇପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏଥିସହ ବିଧାୟକ ପରିବାରଙ୍କୁ ଭେଟିବା ସମୟରେ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ,ବ୍ଲକ ବିଜେଡି ସଭାପତି ଇନ୍ଦ୍ରମଣି ଦଳେଇ ,ଯୁବନେତା କୁର୍ଷ୍ଣଚନ୍ଦ୍ର ପଲେଇ,ରଞ୍ଜିତ ପଲେଇ,କୃର୍ଷ୍ଣଚନ୍ଦ୍ର ପ୍ରଧାନ,ବିଦ୍ୟାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


