ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କେନ୍ଦ୍ରାପଡା – ଅଯୋଦ୍ଧା ମାମଲାରେ ଆଜି ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶନ ପ୍ରରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସାରା ଜିଲ୍ଲାରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ସାରା ଜିଲ୍ଲାରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ରାପଡା ସହର ସମେତ, ଆଳି, ରାଜକନିକା, ରାଜନଗର, ଗରଦପୁର, ପାଟକୁରା, ଡେରାବିଶ,ମାର୍ଶାଘାଇ ପ୍ରଭୃତି ଅଚଂଳରେ ପ୍ରାୟ ୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ସୂଚନା ମିଳିଛି । ଏତଦବ୍ୟତିତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ବିଭିନ୍ନ ଅଚଂଳର ନିମନ୍ତେ ସ୍ୱତନ୍ତ୍ର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସମ୍ବେଦନଶୀଳ ଅଚଂଳ ଗୁଡିକରେ ମଧ୍ୟ ଅଧିକ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ