ମହାବେରେଣା ସରକାରୀ ଉଚ୍ଚ ବିଦ୍ୟାଳୟରେ କୁଇଜ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଆ ଭାଷା ସାହିତ୍ୟର ଅନୁଷ୍ଠାନ “କାୟାକଳ୍ପ’ ପକ୍ଷରୁ “ଆଜାଦି କା ଅମୃତ ମହୋତ୍ସବ’ କୁଇଜ୍ କାର୍ଯ୍ୟକ୍ରମ ବାଙ୍କୀ ପଥୁରୀପଡ଼ାସ୍ଥିତ ମହାବେରେଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଯାଇଛି । ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ତଥା ଶିକ୍ଷାବିତ୍ ସୁନୀଲ କୁମାର ମିଶ୍ର, ମହାବେରେଣା କ୍ଲବ୍‌ର ସମ୍ପାଦକ ସଦାଶିବ ଦାସ, ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଡି.ଏସ୍‌.ପି. ରାଜକିଶୋର ସ୍ୱାଇଁ ଆରମ୍ଭରେ କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ତ୍ରିଲୋଚନ ଦାଶ କୁଇଜ୍ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ବରାଳ ସ୍କୋରର ଥିଲେ । ଡଃ ତପନ ଦତ୍ତ, ଦିଲ୍ଲୀପ ପାତ୍ର, ନରେଶ ମିଶ୍ର ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ସମାଜସେବୀ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସ୍ମୃତିରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଓମ୍ ପ୍ରତୀକ ମିଶ୍ର, ଶୁଭସ୍ମିତା ପଣ୍ଡା, ଦୀପକ ବୀର, ମୋନାଲିସା ସାହୁ ଶ୍ରେଷ୍ଠ ପ୍ରତିଯୋଗୀ ହୋଇଥିଲେ । ଶିକ୍ଷୟିତ୍ରୀ ଅନୁରାଧା ସାମନ୍ତରାୟ, ସଞ୍ଜୁଲତା ଦେବୀ, ମିନତୀ ବେହେରା, ବିଜୟ ମହାନ୍ତି, କୃପାସିନ୍ଧୁ ଦାସ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ସୁମିତ୍ରା ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ