ବିଶ୍ୱଜିତ ନାୟକ ହେଲେ ଜାଗେଶ୍ୱରୀ ଇଡିସିର ନୂତନ ସଭାପତି ନିର୍ବାଚିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ବନବିଭାଗ ପକ୍ଷରୁ ଜାଗେଶ୍ୱର ଇଡିସିର ସଭାପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଏହି ଇଡିସିଟି ଡାଳିମ୍ବଗୋରଡି ଓ ବାଣପଦା ଗାଁ କୁ ନେଇ ଗଠିତ। ଏହି ନିର୍ବାଚନରେ ଇଡିସିର ସଭାପତି ଭାବେ ବିଶ୍ୱଜିତ ନାୟକ ନିଜର ନିକଟତମ ପ୍ରତିଦ୍ଵନ୍ଦୀ ନିହାର ରଞ୍ଜନ ବେଉରାଙ୍କୁ ୧୦ ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ନିହାର ରଞ୍ଜନ ବେଉରାଙ୍କୁ ୪୮ଖଣ୍ଡ ଭୋଟ ମିଳିଥିବା ବେଳେ ବିଜୟୀ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କୁ ୫୮ଖଣ୍ଡ ଭୋଟ ମିଳିଛି । ଏହି ନିର୍ବାଚନରେ ସୁଶାନ୍ତ କୁମାର ବେଉରା ୪୬ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ନିର୍ବାଚନକୁ କୋଣାର୍କ ବନବିଭାଗର ଅଧିକାରୀ ଏବଂ କୋଣାର୍କ ଥାନା ର ଅଧିକାରୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ