ଟିପିସିଓଡିଏଲ ପକ୍ଷରୁ ଅସାଧୁ ବିଦ୍ୟୁତ ବ୍ୟବହାରକାରୀଙ୍କ ଉପରେ ଚଢାଉ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଟିପିସିଓଡିଏଲ କେନ୍ଦ୍ରାପଡା ଡିଭିଜନ ପକ୍ଷରୁ ସହକାରୀ ସାଧାରଣ ପରିଚାଳକ ପ୍ରଦିପ୍ତ ଦାଶଙ୍କ ତତ୍ୱାବଧାନରେ ବୁଧବାର ଟିପିସିଓଡିଏଲ ପ୍ରବର୍ତ୍ତନ ବିଭାଗ ସହାୟତାରେ ଡିଭିଜନର ବିଭିନ୍ନ ଅଞ୍ଚଳରେ ଅସାଧୁ ବିଦ୍ୟୁତ ବ୍ୟବହାରକାରୀଙ୍କ ଉପରେ ଚଢାଉ କରାଯାଇଛି । ଏହି ଚଢାଉରେ ୫୧୦ଟି ଗୃହ ଓ ଅନୁଷ୍ଠାନକୁ ତଦାରଖ କରାଯାଇଥିବା ବେଳେ ସେଥି ମଧ୍ୟରୁ ୮୦ଟି ବିଦ୍ୟୁତ ଚୋରୀ ଧରାଯାଇ ଅନ୍ୟୁନ୍ୟ ୧୮୯ କିଲୋୱାଟ ଲୋଡ ବିଦ୍ୟୁତ ଧାରା ୧୩୫- ୨୦୦୩ରେ ପଞ୍ଜିକରଣ କରାଯାଇଛି । ୨୦ଟି ବେଆଇନ ବିଦ୍ୟୁତ ସଂଯୋଗ ତତ୍‌କ୍ଷଣାତ ବିଛିନ୍ନ କରାଯାଇଛି । ଏହି ଅଭିଯାନରେ ଧାରା ୧୨୬-୨୦୦୩ରେ ୨୩ଜଣ ବିଦ୍ୟୁତ ଗ୍ରାହକଙ୍କୁ ପଞ୍ଜିକରଣ କରାଯାଇଥିଲା । ଏତଦବ୍ୟତିତ ସହରର ଅଯୋଦ୍ଧାନଗର ଗ୍ରାମରେ ୭ଜଣଙ୍କୁ ନୂତନ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି । ସାଧୁତାର ସହ ବିଦ୍ୟୁତ ବ୍ୟବହାର କରିବାକୁ ଏହି ଅଭିଯାନ ମାଧ୍ୟମରେ ସମସ୍ତ ଗ୍ରାହକଙ୍କୁ ନିବେଦନ କରାଯାଇଛି । ଆଖପାଖର ବିଦ୍ୟୁତ ଚୋରୀ ସମ୍ପର୍କରେ ବିଭାଗର ମୋବାଇଲ ନମ୍ବର- ୯୪୩୭୧୫୮୬୭୦ରେ ସୂଚନା ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଏହି ଚଢାଉ କେନ୍ଦ୍ରାପଡା ଟିପିସିଓଡିଏଲ ସବଡିଭିଜନ ଓ ସମସ୍ତ ସେକ୍ସନର ଅଧିକାରୀମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ