୫ଟି ରେ ସାମିଲ ହେଲା ୧୧ଗୋଟି ବିଦ୍ୟାଳୟ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ ସରସଦା ଓ ମଞ୍ଜୁରୀରୋଡ଼ ଉଚ୍ଚ ବିଦ୍ୟାଳୟକୁ ୫ଟିରେ ସାମିଲ କରାଯାଇ ଅତ୍ୟାଧୁନିକ ଶୈଳୀରେ ଏହାର ଭିତ୍ତିଭୂମି ବିକାଶ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ସରକାର ଆଉ ୧୧ଗୋଟି ବିଦ୍ୟାଳୟକୁ ୫ଟିରେ ସାମିଲ କରିଛନ୍ତି। ତନ୍ମଧ୍ୟରୁ ମାଳଦା ପଞ୍ଚାୟତ ଜଳହରି ଉଚ୍ଚ ବିଦ୍ୟାଳୟ ଅନ୍ୟତମ। ଉକ୍ତ ବିଦ୍ୟାଳୟକୁ ରାଜ୍ୟ ସରକାର୫ଟି ରେ ସାମିଲ କରି ଏହାର ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତୁରନ୍ତ ସାରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବିଡ଼ିଓ ଦେବଦତ୍ତ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିଦ୍ୟାଳୟ ଠାରେ ପହଂଚି ସ୍ମାର୍ଟକ୍ଲାସ ରୁମ, ପାଇଖାନା, ବିଜ୍ଞାନଗାରା, କମ୍ପ୍ୟୁଟର ରୁମ ଆଦି ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ରିତାଞ୍ଜଳୀ ସାମଲ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଯଥାଶୀଘ୍ର କାର୍ଯ୍ୟ ସାରିବାକୁ ବିଡ଼ିଓ ଶ୍ରୀଦାସ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଆଲୋଚନା ସମୟରେ ପ୍ରଧାନ ଶିକ୍ଷୟତ୍ରୀ ମଂଜୁଲତା ମାରାଣ୍ଡି, ଯୁବନେତା ଉତ୍କଳ କେଶରୀ ମହାନ୍ତି, ଶିକ୍ଷାବିତ ନବକିଶୋର ପରିଡା, ବିମ୍ବାଧର ପଲେଇ, ଅନନ୍ତ କିଶୋର ସାମଲ, ନାରାୟଣ ଚନ୍ଦ୍ର ଦାସ, ଗୁରୁପ୍ରସାଦ ପଲେଇ, ରାଜେନ୍ଦ୍ର କୁମାର ବାରିକ, ହରେକୃଷ୍ଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ