ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ ୫ଗୋଟି ବିଦ୍ୟାଳୟ ଠାରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧିନ ସରସଦା ଉଚ୍ଚ ବିଦ୍ୟାଳୟ ଠାରେ ୫୨, ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ ମଞ୍ଜୁରୀରୋଡ଼ ଠାରେ ୫୧, ବାରିକପୁର ବିଦ୍ୟାଳୟ ଠାରେ ୫୧, କୁଲଣା ବିଦ୍ୟାଳୟ ଠାରେ ୩୩ ଓ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ୪୧ଜଣ ବିଦ୍ୟାର୍ଥୀ ବୃତ୍ତି ପରୀକ୍ଷା ଦେଇଥିବା ଜଣାଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକଙ୍କ ସମେତ ସହଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା, ଅନୀଲ କୁମାର ବଳ, ଉମେଶ ଚନ୍ଦ୍ର ଜେନା ପ୍ରମୁଖ ସମସ୍ତ କେନ୍ଦ୍ର ପରିଦର୍ଶନ କରିଥିଲେ।


