ଓ୍ବାର୍ଡର ସମସ୍ୟା ସମାଧାନ ପାଇଁ ମୋ ଓ୍ବାର୍ଡ ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରପରିଷଦ ୫ ନମ୍ବର ଓ୍ବାର୍ଡର ବିଭିନ୍ନ ସମସ୍ୟାର ସମାଧାନ ଓ ଜନସଚେତନତା ସକାଶେ ପୈାର ପ୍ରଶାସନ ପକ୍ଷରୁ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ଓ୍ବାର୍ଡର ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ସ୍ବଚ୍ଛତା ଅଧିକାରୀ ଅଭିଜିତ ପୁରୋହିତଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବୈଠକରେ ସଂପୃକ୍ତ ୱାର୍ଡ଼ ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ପାଣି ଟ୍ୟାଙ୍କର, ମଳ ନିଷ୍କାସନ ଗାଡି, କଲ୍ୟାଣ ମଣ୍ଡପ, ସଂରକ୍ଷଣ ବ୍ୟବସ୍ଥା ,ପରିମଳ ଓ ଵିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । କୈଣସି ଅଭିଯୋଗ କିମ୍ବା ସମସ୍ୟାର ସମାଧାନ କରାନଗଲେ ପୈାର ପରିଷଦର ସ୍ଵଛ ଆପ ମାଧ୍ୟମରେ ଅଭିଯୋଗ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ପ୍ରଧାନ, ରଶ୍ମିତା ସେନାପତି, ନେତା ଦେବାନନ୍ଦ ମହାପାତ୍ର, ପ୍ରମୋଦ କୁମାର ପଣ୍ଡା, ବିଶ୍ବମ୍ବର ସାହୁ, ପ୍ରଦୀପ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ତ୍ରିନାଥ ସାହୁ, ଲମ୍ବୋଦର ସାହୁ, ପ୍ରଦୀପ କୁମାର ପଣ୍ଡା, ଗାଣ୍ଡୁ ସାହୁ ପୌରପରିଷଦର ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ଯନ୍ତ୍ରୀ ମାନସ ରଞ୍ଜନ ଦାସ, କୋଡିନେଟର ସନ୍ଧ୍ୟାରାଣୀ ପଟ୍ଟନାୟକ, ପୌର କର୍ମଚାରୀ ବିବେକାନନ୍ଦ ମହାପାତ୍ର, ଭଙ୍ଗି ମହାପାତ୍ର ,ମାନସ ଦିଗାଲ, ସୁନିଲ ନାହାକ, ସୁରେନ୍ଦ୍ର ଗୌଡ, ସୁଶାନ୍ତ ଵେହେରା, ଭାସ୍କର ସାହୁ, କିଶାନ ପାତ୍ର ଓ ରାମକୃଷ୍ଣ ଦାଶ, ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ